ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇବାରେ ୩ ଯୁବକ ଠକେଇର ଶିକାର

ପଟାଙ୍ଗି,୬ା୮(ଶରତ କୁମାର ଧଳ): ବର୍ତ୍ତମାନ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ନାମ ଲେଖା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାର ସୁଯୋଗ ଉଠାଇ ହ୍ୟାକର୍‌ମାନେ ଶିକ୍ଷିତ ଯୁବତୀଯୁବକଙ୍କୁ ଠକି ଚାଲିଛନ୍ତି। ଏହିପରି ଠକେଇର ଶିକାର ହୋଇ କିଛି ଯୁବକଙ୍କ ସହ ପରିବାରବର୍ଗ କଲେଜ ଏବଂ ପୋଲିସ ନିକଟକୁ ଧାଇଁ ନିରାଶ ହୋଇଥିବା ଦେଖିବାକୁ ମିଳିଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି, ଚନ୍ଦକା ପଞ୍ଚାୟତ ସମେତ ଅନ୍ୟ ଗ୍ରାମରେ ବସବାସ କରୁଥିବା ଶିକ୍ଷିତ ଯୁବକଙ୍କ କ୍ଷେତ୍ରରେ।

ସୂଚନାନୁସାରେ, ପୁକାଲି ପଞ୍ଚାୟତର ରେଲିସାହିରେ ବସବାସ କରୁଥିବା ରବି ଖରା ସ୍ଥାନୀୟ ଗାଙ୍ଗେଶ୍ୱରୀ ଉଚ୍ଚ ଶିକ୍ଷା ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଅନ୍‌ଲାଇନ୍‌ରେ ଦରଖାସ୍ତ ଆବେଦନ କରିଥିଲେ। ଏହି ସମୟରେ ଚଏସ୍‌ ଲଗ୍‌ ଇନ୍‌ରେ ଛାତ୍ର ଜଣକ ଉକ୍ତ ବିଦ୍ୟାଳୟକୁ ପସନ୍ଦ କରିଥିଲା। ଏହାର କିଛି ସମୟ ପରେ ଏକ ନମ୍ବର ଯଥା ୯୬୬୮୩୯୭୬୨୫ରୁ କଲ ଆସିଥିଲା। ଯେଉଁ ଥିରେ କି ଛାତ୍ର ଜଣଙ୍କୁ କୁହାଯାଇଥିଲା ମୁଁ ପଟ୍ଟାଙ୍ଗି ଉପରୋକ୍ତ ବିଦ୍ୟାଳୟର ପ୍ରିନ୍ସପାଲ କହୁଛି ତୁରନ୍ତ ତୁମେ ଆମ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଅନଲାଇନ ମାଧ୍ୟମରେ ଟଙ୍କା ଡିପୋଜିଟ କର। ଏହିପରି କଥା ଶୁଣିବା ପରେ ଛାତ୍ର ଜଣକ ଉକ୍ତ ନମ୍ବର ରେ ୮, ୩୦୦ ଟଙ୍କା ଫୋନ୍‌ ପେ’ ମାଧ୍ୟମରେ ଡିପୋଜିଟ କରି ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର କର୍ତ୍ତୃପକ୍ଷ ତଥା ପ୍ରିନ୍ସପାଲଙ୍କୁ ସାକ୍ଷାତ କରିଥିଲେ। ପ୍ରିନ୍ସପାଲ ଯୁବକଙ୍କ ଠାରୁ ସମସ୍ତ ଘଟଣା ଜାଣିବା ଏହା ଆମର ନମ୍ବର ନୁହେଁ ତୁମ ସହ ଠକାମିର ଶିକାର ହୋଇଛି। ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରିବା ପାଇଁ କହିଥିଲେ।

ସେହିପରି ଅନ୍ୟ ଏକ ଯୁବକ ଚନ୍ଦକା ପଞ୍ଚାୟତ ମଧ୍ୟ ଏହିପରି ଠକାମିର ଶିକାର ହୋଇ ୧୦ ହଜାର ଟଙ୍କା ଠକାମିର ଶିକାର ହୋଇଥିବା ବେଳେ ସମ୍ବାଇ ପଞ୍ଚାୟତର ଘସବା ନାୟକ, ଗୁଡ଼ା ଗ୍ରାମର ଜଗଦୀଶ ଖରା ଅନୁରୂପ ୫ ହଜାର ଟଙ୍କା ଦେଇ ଠକାମିର ଶିକାର ହୋଇଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଠକାମିର ଶିକାର ହୋଇଥିବା ୩ଜଣ ପଟ୍ଟାଙ୍ଗି ପୋଲିସ ନିକଟରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏନେଇ ଥାନାଧିକାରୀ ପ୍ରଭାତ ବେହେରା ଉକ୍ତ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?