ନଦୀରେ ବୁଡିଗଲେ ୩ ଯୁବକ, ଜଣଙ୍କ ମୃତଦେହ ଉଦ୍ଧାର

ରେମୁଣା, ୧୬।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ଥାନା ବୁଢାବଳଙ୍ଗ ନଦୀର କାଠସଙ୍ଗଡା ଘାଟରେ ସୋମବାର ଅପରାହ୍ନ ସମୟରେ ଗାଧୋଉଥିବା ବେଳେ ୩ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଅଙ୍କିତ ପତି। ଘଟଣାସ୍ଥଳରେ ରେମୁଣା ତହସିଲଦାର, ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।