ଘରେ ପଶି ହାଣିଲେ: ବଡ଼ବୋହୂ ମୃତ, ଶାଶୁ ଓ ସାନବୋହୂ ଗୁରୁତର

ଭଣ୍ଡାରିପୋଖରୀ,୨୫।୨(ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଦେଓପଦା(ମେଘା) ଗ୍ରାମରେ ମଙ୍ଗଳବାର ଏକ ବର୍ବର କାଣ୍ଡ ଘଟିଛି। ଘରେ ପଶି ଜଣେ ଦୁର୍ବୃତ୍ତ ମାରଣାସ୍ତ୍ରରେ ଶାଶୁ ଓ ଦୁଇ ବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ବଡ଼ ବୋହୂଙ୍କ ମୃତ୍ୟୁ ଘଟିଥିବା ବେଳେ ସାନବୋହୂ ଓ ଶାଶୁ ଗୁରୁତର ହୋଇଛନ୍ତି। ତେବେ କେଉଁ କାରଣରୁ ଏପରି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

ମିଳିଥିବା ସୂଚନା ମୁତାବକ, ନବକିଶୋର ସାହୁଙ୍କ ପରିବାର ଦେଓପଦାରୁ ମେଘାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଖେଳପଡ଼ିଆ ନିକଟରେ ଏକ ଘର କରି ବସବାସ କରୁଛନ୍ତି। ନବକିଶୋରଙ୍କର ୩ ପୁଅଙ୍କ ମଧ୍ୟରୁ ସାନପୁଅ ଅବିବାହିତ ଓ ବାହାରେ ରହୁଛନ୍ତି। ଅନ୍ୟ ବିବାହିତ ୨ ପୁଅ ମଞ୍ଜୁରୀରୋଡ ବଜାରରେ ଥିବା ଦୋକାନରେ ନିୟୋଜିତ ଅଛନ୍ତି।

ମଙ୍ଗଳବାର ସନ୍ଧ୍ୟାରେ ଶାଶୁ ଓ ଦୁଇ ବୋହୂ ଘରେ ଥିଲେ। ସେତିକିବେଳେ ପୂର୍ବ ପରିଚିତ ଜଣେ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ତାଙ୍କ ଘର ଭିତରକୁ ଅତର୍କିତ ପଶି ଆସିଥିଲେ। ପରେ ସେ ମହିଳାମାନଙ୍କୁ ଧମକଚମକ ଦେଇଥିଲେ। ଜଣେ ନବକିଶୋରଙ୍କୁ ଫୋନ୍‌ ଯୋଗେ ଏକଥା ଜଣାଇ ଘରକୁ ଆସିବାକୁ ଡାକିଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁର୍ବୃତ୍ତ ଜଣକ ଶାଶୁ ଓ ବୋହୂଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଶାଶୁ ବୋହୂ ୩ଜଣ ଗୁରୁତର ହୋଇଛନ୍ତି। ନବକିଶୋର ଘରେ ପହଞ୍ଚି ପଡୋଶୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସନ୍ତୋଷଙ୍କ ସ୍ତ୍ରୀ ତଥା ବଡ଼ ବୋହୂ ଝୁନୁଲତା(୨୮)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶାଶୁ କନକଲତା(୫୫) ଓ ସାନ ବୋହୂ ସସ୍ମିତା(୨୭)ଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି।

କନକଲତାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣ କରିଥିବା ଦୁର୍ବୃତ୍ତ ଜଣକ ନବକିଶୋରଙ୍କ ଦୋକାନରେ ପୂର୍ବରୁ କାମ କରୁଥିଲେ ବୋଲି ଜଣାପଡିଛି। ଖବର ପାଇ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri