Posted inଜାତୀୟ

ତ୍ରିପୁରାରେ ତ୍ରିମୁଖୀ ଲଢ଼େଇ: ବିଧାନସଭାର ୬୦ ଆସନ ପାଇଁ ନିର୍ବାଚନ ଆଜି

ଅଗରତାଲା,୧୬।୨ : ଭାଜପା ଶାସିତ ତ୍ରିପୁରା ବିଧାନସଭାର ୬୦ ଆସନ ପାଇଁ ଗୁରୁବାର ଭୋଟ ଗ୍ରହଣ କରାଯିବ। ଏହି ନିର୍ବାଚନରେ ୨୫୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାବେଳେ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶାସକ ଭାଜପା ଏବଂ ଏହାର ମେଣ୍ଟ ସହଯୋଗୀ ଇଣ୍ଡିଜେନସ୍‌ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା (ଆଇପିଏଫ୍‌ଟି) ବାମ-କଂଗ୍ରେସ ମେଣ୍ଟ ଓ ପ୍ରଦ୍ୟୋତ କିଶୋର ଦେବବର୍ମାଙ୍କ ଆଞ୍ଚଳିକ ଦଳ ତିପ୍ରା ମୋଥା ବିରୋଧରେ ଲଢ଼ି ପୁନର୍ବାର ବିଜୟୀ ହେବାକୁ ଆଶା ବାନ୍ଧିଛି। ତେଣୁ ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ଏକପ୍ରକାର ନିଶ୍ଚିତ।
ନିର୍ବାଚନ କମିଶନଙ୍କଠାରୁ ମିଳିଥିବା ସୂଚନାନୁସାରେ ତ୍ରିପୁରାର ୩,୩୩୭ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ। ଏଥିରୁ ୧,୧୦୦ କେନ୍ଦ୍ରକୁ ସମ୍ବେଦନଶୀଳ ଓ ୨୮ଟିକୁ ଅତି ସମ୍ବେଦନଶୀଳ ପୋଲିଂ ଷ୍ଟେଶନ ଭାବେ ଚିହ୍ନଟ କରାଯାଇଛି। ମୋଟ ୨୮.୧୩ ଲକ୍ଷ ଭୋଟରଙ୍କ ମଧ୍ୟରୁ ୧୩.୯୮ ଲକ୍ଷ ହେଉଛନ୍ତି ମହିଳା। ଭାଜପା ୫୫ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଆଇପିଏଫ୍‌ଟି ୬ ନିର୍ବାଚନମଣ୍ଡଳୀରେ ଲଢ଼ୁଛି। ଅନ୍ୟପକ୍ଷେ ଗୋମତି ଜିଲା ଅମ୍ପିନଗରରେ ଦୁଇ ସହଯୋଗୀ ନିଜ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ଦୀର୍ଘ ବର୍ଷ ଧରି ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ସାଜିଥିବା ବାମଦଳ ଓ କଂଗ୍ରେସ ଏଥର ମେଣ୍ଟ କରିଛନ୍ତି। ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ ବାମଦଳ ୪୭ ଆସନରେ ଲଢ଼ୁଥିବାବେଳେ କଂଗ୍ରେସ ୧୩ ଆସନରେ ପ୍ରାର୍ଥୀ ଦେଇଛି। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍‌) ୪୩ ଆସନରେ ପ୍ରାର୍ଥୀ ଦେଇଛି। ଫରଓ୍ବାଡ୍‌ ବ୍ଲକ୍‌, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ରିଭୋଲ୍ୟୁଶନାରି ସୋସିଆଲିଷ୍ଟ ପାର୍ଟି (ଆର୍‌ଏସ୍‌ପି) ଗୋଟିଏ ଲେଖାଏ ଆସନରେ ଲଢ଼ୁଛନ୍ତି। ରାମନଗର ସିଟ୍‌ରେ ଭାଜପାର ସୁରଜିତ ଦତ୍ତାଙ୍କ ବିରୋଧରେ ଛିଡ଼ା ହୋଇଥିବା ସ୍ବାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ରୟ ବର୍ମନଙ୍କୁ ବାମଦଳଗୁଡ଼ିକ ସମର୍ଥନ କରୁଛନ୍ତି। ୨୦୨୧ରେ ଗଠିତ ତିପ୍ରା ମୋଥା ୪୨ ଆସନରେ ପ୍ରାର୍ଥୀ ଦେଇଛି। ଏହି ଦଳର ମୁଖ୍ୟ ପ୍ରଦ୍ୟୋତ କିଶୋର ଏଥର ନିର୍ବାଚନ ଲଢ଼ୁନାହାନ୍ତି। ଭାଜପା କିମ୍ବା ବାମ-କଂଗ୍ରେସ ମେଣ୍ଟ ଏକକ ସଂଖ୍ୟାଗରିଷ୍ଠତା ଲାଭ କରିବେ ନାହିଁ ବୋଲି ପ୍ରଦ୍ୟୋତ କିଶୋର କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ୨୮ ଆସନରେ ପ୍ରାର୍ଥୀ ଦିଆଯାଇଛି।
ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରାଇବା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ୪୦୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି। ଅଦ୍ୟାବଧି ୩୬ଟି ପ୍ରାକ୍‌ ନିର୍ବାଚନୀ ହିଂସା ଅଭିଯୋଗ ହୋଇଛି। ନିର୍ବାଚନର ଦିନକ ପୂର୍ବରୁ ରାଜନୈତିକ ହିଂସା ଓ ମତଦାତାଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ଆଣି କଂଗ୍ରେସ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। କଂଗ୍ରେସ ପ୍ରତିନିଧି ଦଳରେ ବରିଷ୍ଠ ନେତା ମୁକୁଲ ଓ୍ବାସ୍‌ନିକ, ପବନ ଖେରା, ପ୍ରବୀଣ ଝା ପ୍ରମୁଖ ସାମିଲ ଥିଲେ। ସିପିଆଇଏମ୍‌ ଭେଟେରାନ୍‌ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ ସରକାର ଏଥର କ୍ଷମତାକୁ ଫେରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମାଣିକ ଶାହା ମଧ୍ୟ ଭାଜପାର ଉଜ୍ଜ୍ୱଳ ବିଜୟ ସମ୍ଭାବନା ଥିବାରୁ ପୁନଃ କ୍ଷମତା ଦଖଲ ଆଶାରେ ରହିଛନ୍ତି। ତେବେ ମାର୍ଚ୍ଚ ୨ରେ ଭୋଟ ଗଣତି ପରେ ସବୁ ଚିତ୍ର ସ୍ପଷ୍ଟ ହୋଇଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri