ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ: ଆମକୁ ପରିଚୟ ଦିଅନ୍ତୁ

ପଟ୍ଟାଙ୍ଗୀ,୨୧।୦୪(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ପୁଣି ଦେଖା ଦେଇଛି ସଙ୍ଗିନୀ ପରିସ୍ଥିତି। ସୂଚନା ମୁତାବକ ଉକ୍ତ ପଞ୍ଚାୟତର ଧୁଳିପଦର, ନେରିଡିବାଲସାଧ ଓ ତାଡିବାଲସା ପ୍ରମୁଖ ତିନି ଗ୍ରାମର ଶତାଧିକ ଗ୍ରାମବାସୀ ଆନ୍ଧ୍ର ରାଜ୍ୟର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ପିଡିକା ରାଜନା ଦୋରାଙ୍କୁ ଉକ୍ତ ରାଜ୍ୟର ସାଲୁର୍‌ ନିର୍ବାଚନମଣ୍ଡଳୀରେ ରହିଥିବା ତାଙ୍କ ବାସଭବନରେ ପହଞ୍ଚି ଦୋରାଙ୍କୁ ଭେଟିଛନ୍ତି। ସେମାନେ କହିଛନ୍ତି ଆମେ ଦୁଇ ରାଜ୍ୟର ବିବାଦ ଭିତରେ ରହି ଅନେକ ନିର୍ଯ୍ୟାତନା ପାଇଲୁଣି । ଏହିପରି କି ଆମେ ସୀମାନ୍ତ ବାସି ନିଜର ପରିଚୟ ମଧ୍ୟ ସୃଷ୍ଟି କରି ପାରୁନାହୁଁ ତେଣୁ ଆମକୁ ଆନ୍ଧ୍ର ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରି ପରିଚୟ ଦେଉ ବୋଲି ଦାବି କରିବା ସହ କୋଟିଆ ପଞ୍ଚାୟତର ସମସ୍ତ ସୀମାନ୍ତ ଗ୍ରାମବାସୀଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଆନ୍ଧ୍ର ଯେପରି ସହଯୋଗ କରି ଚାଲିଛି ଆନ୍ଧ୍ର ରାଜ୍ୟ କାହିଁକି ଆମକୁ ସ୍ବତନ୍ତ୍ର ପରିଚୟ ଦେଇ ପାଇବନି ବୋଲି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଦୋରାଙ୍କୁ ପ୍ରଶ୍ନ କରିଥିଲେ। ଆମେ ଆନ୍ଧ୍ରରେ ରହିଛୁ ଆନ୍ଧ୍ରରେ ରହିବୁ ବୋଲି ଦାବି କରିଛନ୍ତି ।
ସେପଟେ କୋଟିଆ ପଞ୍ଚାୟତର ଉକ୍ତ ତିନି ଗ୍ରାମବାସୀଙ୍କ ଏହିପରି ଦାବିକୁ ଦୃଷ୍ଟିରେ ରଖି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଦୋରା ନିଜ ବାସଭବନରେ ସାମ୍ବାଦିକସମ୍ମିଳନୀ କରି ଉକ୍ତ ସୀମାନ୍ତ ଗ୍ରାମବାସୀଙ୍କ ଦାବି ନିହାତି ସ୍ବାଗତଯୋଗ୍ୟ ଆନ୍ଧ୍ରରେ ଆମ ସରକାର ରହିଥିବା ସମୟରେ ସୀମାନ୍ତ ବାସୀଙ୍କ ନିକଟରେ ପ୍ରତି ମୁହୁର୍ତ୍ତରେ ପହଞ୍ଚି ସେମାନଙ୍କୁ ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ହେଉ ଅବା ଭତ୍ତା , ଗମନାଗମନ ସହ ଘର ପ୍ରମୁଖ ବ୍ୟବସ୍ଥା ଯୋଗାଇ ଦେବାରେ କେବେ ମଧ୍ୟ ପଛଘୁଞ୍ଚା ଦେଇ ନଥିଲୁ। ତେଣୁ ବର୍ତ୍ତମାନର ସରକାର କୋଟିଆ ସୀମାନ୍ତ ଗ୍ରାମବାସୀଙ୍କ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଏବଂ ବର୍ତ୍ତମାନର ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବା ସହ ବର୍ତ୍ତମାନ କେନ୍ଦ୍ରରେ ଭାଜପା ସରକାର ରହିଥିବା ବେଳେ ଟ୍ରିପଲ ଇଞ୍ଜିନ ଯାହାକି କୈଣସି ପଦକ୍ଷେପ ନେବା ପାଇଁ ଅସୁବିଧା ହେବନାହିଁ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରି ତୁରନ୍ତ ସମାଧାନ କରନ୍ତୁ ବୋଲି କହିଛନ୍ତି। ଏହା ସହ ସୀମାନ୍ତ ବାସୀଙ୍କୁ ତାଙ୍କର ପ୍ରକୃତ ପରିଚୟ ଦିଅନ୍ତୁ ବୋଲି ପ୍ରକାଶ କରି ଉପସ୍ଥିତ ସୀମାନ୍ତବାସୀଙ୍କୁ
ତୁମ ମାନଙ୍କର ସମସ୍ତ ଦାବିକୁ ନେଇ ମୁଁ ବର୍ତ୍ତମାନର ସରକାରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବି ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri