ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ: ଆମକୁ ପରିଚୟ ଦିଅନ୍ତୁ

ପଟ୍ଟାଙ୍ଗୀ,୨୧।୦୪(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ପୁଣି ଦେଖା ଦେଇଛି ସଙ୍ଗିନୀ ପରିସ୍ଥିତି। ସୂଚନା ମୁତାବକ ଉକ୍ତ ପଞ୍ଚାୟତର ଧୁଳିପଦର, ନେରିଡିବାଲସାଧ ଓ ତାଡିବାଲସା ପ୍ରମୁଖ ତିନି ଗ୍ରାମର ଶତାଧିକ ଗ୍ରାମବାସୀ ଆନ୍ଧ୍ର ରାଜ୍ୟର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ପିଡିକା ରାଜନା ଦୋରାଙ୍କୁ ଉକ୍ତ ରାଜ୍ୟର ସାଲୁର୍‌ ନିର୍ବାଚନମଣ୍ଡଳୀରେ ରହିଥିବା ତାଙ୍କ ବାସଭବନରେ ପହଞ୍ଚି ଦୋରାଙ୍କୁ ଭେଟିଛନ୍ତି। ସେମାନେ କହିଛନ୍ତି ଆମେ ଦୁଇ ରାଜ୍ୟର ବିବାଦ ଭିତରେ ରହି ଅନେକ ନିର୍ଯ୍ୟାତନା ପାଇଲୁଣି । ଏହିପରି କି ଆମେ ସୀମାନ୍ତ ବାସି ନିଜର ପରିଚୟ ମଧ୍ୟ ସୃଷ୍ଟି କରି ପାରୁନାହୁଁ ତେଣୁ ଆମକୁ ଆନ୍ଧ୍ର ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରି ପରିଚୟ ଦେଉ ବୋଲି ଦାବି କରିବା ସହ କୋଟିଆ ପଞ୍ଚାୟତର ସମସ୍ତ ସୀମାନ୍ତ ଗ୍ରାମବାସୀଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଆନ୍ଧ୍ର ଯେପରି ସହଯୋଗ କରି ଚାଲିଛି ଆନ୍ଧ୍ର ରାଜ୍ୟ କାହିଁକି ଆମକୁ ସ୍ବତନ୍ତ୍ର ପରିଚୟ ଦେଇ ପାଇବନି ବୋଲି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଦୋରାଙ୍କୁ ପ୍ରଶ୍ନ କରିଥିଲେ। ଆମେ ଆନ୍ଧ୍ରରେ ରହିଛୁ ଆନ୍ଧ୍ରରେ ରହିବୁ ବୋଲି ଦାବି କରିଛନ୍ତି ।
ସେପଟେ କୋଟିଆ ପଞ୍ଚାୟତର ଉକ୍ତ ତିନି ଗ୍ରାମବାସୀଙ୍କ ଏହିପରି ଦାବିକୁ ଦୃଷ୍ଟିରେ ରଖି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଦୋରା ନିଜ ବାସଭବନରେ ସାମ୍ବାଦିକସମ୍ମିଳନୀ କରି ଉକ୍ତ ସୀମାନ୍ତ ଗ୍ରାମବାସୀଙ୍କ ଦାବି ନିହାତି ସ୍ବାଗତଯୋଗ୍ୟ ଆନ୍ଧ୍ରରେ ଆମ ସରକାର ରହିଥିବା ସମୟରେ ସୀମାନ୍ତ ବାସୀଙ୍କ ନିକଟରେ ପ୍ରତି ମୁହୁର୍ତ୍ତରେ ପହଞ୍ଚି ସେମାନଙ୍କୁ ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ହେଉ ଅବା ଭତ୍ତା , ଗମନାଗମନ ସହ ଘର ପ୍ରମୁଖ ବ୍ୟବସ୍ଥା ଯୋଗାଇ ଦେବାରେ କେବେ ମଧ୍ୟ ପଛଘୁଞ୍ଚା ଦେଇ ନଥିଲୁ। ତେଣୁ ବର୍ତ୍ତମାନର ସରକାର କୋଟିଆ ସୀମାନ୍ତ ଗ୍ରାମବାସୀଙ୍କ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଏବଂ ବର୍ତ୍ତମାନର ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବା ସହ ବର୍ତ୍ତମାନ କେନ୍ଦ୍ରରେ ଭାଜପା ସରକାର ରହିଥିବା ବେଳେ ଟ୍ରିପଲ ଇଞ୍ଜିନ ଯାହାକି କୈଣସି ପଦକ୍ଷେପ ନେବା ପାଇଁ ଅସୁବିଧା ହେବନାହିଁ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରି ତୁରନ୍ତ ସମାଧାନ କରନ୍ତୁ ବୋଲି କହିଛନ୍ତି। ଏହା ସହ ସୀମାନ୍ତ ବାସୀଙ୍କୁ ତାଙ୍କର ପ୍ରକୃତ ପରିଚୟ ଦିଅନ୍ତୁ ବୋଲି ପ୍ରକାଶ କରି ଉପସ୍ଥିତ ସୀମାନ୍ତବାସୀଙ୍କୁ
ତୁମ ମାନଙ୍କର ସମସ୍ତ ଦାବିକୁ ନେଇ ମୁଁ ବର୍ତ୍ତମାନର ସରକାରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବି ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri