ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍ଆଇ ଗୌତମ ସାହୁ, ହାବିଲଦାର କିଶୋର ନାୟକ, କନଷ୍ଟେବଳ ବାବୁଲା ସାହୁ, ସତୀଶ କୁମାର ସ୍ବାଇଁ, ବାବୁଲା ନାୟକ ସଦଳବଳ ଅତର୍କିତ ଚଢ଼ାଉ କରି ବିନା ଲାଇସେନ୍ସରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ୩ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡ୍ର ୫୯ ଟି ବୋତଲରେ ଥିବା ୨୪ ଲିଟର ୬୭୦ ମିଲି ଲିଟର ବିଦେଶୀ ମଦ ଜବତ କରାଯାଇଛି।
ଏନେଇ ଫାଣ୍ଡି ଅଧିକାରୀଙ୍କ ଏତଲାକ୍ରମେ କେ.ନୂଆଗାଁ ଥାନା ମାମଲା ନଂ.୧୯୩/୨୬,୧୯୪/୨୬ ଏବଂ ୧୯୫/୨୬ ଅନୁଯାୟୀ ପୃଥକ ମାମଲା ରୁଜୁ କରାଯାଇଥିବା ଆଇଆଇସି ବିଶ୍ୱଜିତ ନାୟକ କହିଛନ୍ତି। ଅଭିଯୁକ୍ତମାନଙ୍କୁ ନୋଟିସ ଦିଆଯାଇ କୋର୍ଟରେ ହାଜର ହେବାକୁ ସର୍ତ୍ତମୂଳକ ଜାମିନରେ ଛଡ଼ାଯାଇଥିବା ଜଣାପଡ଼ିଛି।