ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ଯାଉଥିଲେ ୩ ପର୍ଯ୍ୟଟକ, ଉଦ୍ଧାର କରି…

ପୁରୀ,୧୨ା୭(ଅଜିତ୍‌ କୁମାର ମହାନ୍ତି): ରବିବାର ସମୁଦ୍ରରେ ଗାଧୋଉଥିବାବେଳେ ୩ ପର୍ଯ୍ୟଟକ ବୁଡ଼ିଯାଉଥିଲେ। ଏହି ସମୟରେ ଲାଇଫଗାର୍ଡ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେକ୍ଟର ୯ ଚୈତନ୍ୟ ଛକ ନିକଟରେ ବୁଡ଼ିଯିବାବେଳେ ତିନି ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଛତିଶଗଡ଼ରୁ କିଛି ପର୍ଯ୍ୟଟକ ପୁରୀ ବୁଲିବାକୁ ଆସି ଆଜି ପୂର୍ବାହ୍ନରେ ପୁରୀ ବେଳାଭୂମିର ସେକ୍ଟର ୯ ଚୈତନ୍ୟ ଛକ ସମ୍ମୁଖ ବେଳାଭୂମିରେ ଗାଧାଉଥିଲେ ତେବେ ଏହି ସମୟରେ ଉଚ୍ଚ ହଲଡିରେ ତିନି ଜଣ ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ। ତେବେ ସେଠାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ପାଟି ପୁଣି ନିୟୋଜିତ ଥିବା ଲାଇଫ ଗାର୍ଡ ସମୁଦ୍ର ମଧ୍ୟକୁ ଯାଇ ଭାସିଯାଉଥିବା ୩ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଉଦ୍ଧାର ପର୍ଯ୍ୟଟକ ହେଲେ ଛସିଶଗଡ଼ର ତୁଳସୀ ମାନିକପୁରୀ, ମୁକେଶ କେୱାତ ଓ ବୈଭବ କେୱାତ। ତେବେ ଆଗକୁ ଅମାବାସ୍ୟା ଥିବାରୁ ସମୁଦ୍ର ଜୁଆରିଆ ରହୁଛି।

Dharitri – Odisha’s No.1 Odia Daily

Share