ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂଶୋଧନ ସଂରକ୍ଷଣ ଚିଠା

କେନ୍ଦ୍ରାପଡ଼ା ଅଫିସ, ୨୭।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ସଂଶୋଧନ ସ୍ଥାନ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଜିଲାପାଳ ଅମୃତ ଋତୁରାଜ କେନ୍ଦ୍ରାପଡ଼ା ଜିଲାର ୩୬୯୮ ୱାର୍ଡ ସଭ୍ୟ, ୨୪୯ ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ଏବଂ ୯ଟି ବ୍ଲକ ଅଧ୍ୟକ୍ଷ ପଦର ସଂଶୋଧିତ ସଂରକ୍ଷଣ ତାଲିକା ଚିଠା ପ୍ରସ୍ତାବକୁ ମୋହର ମାରିଛନ୍ତି। ସଂଶୋଧିତ ସଂରକ୍ଷଣ ପ୍ରସ୍ତାବ ଚିଠା ଆଗତ ପରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ହଇଚଇ ଆରମ୍ଭ ହୋଇଯାଇଛି। ଜିଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଆଶାୟୀ ପ୍ରାର୍ଥୀମାନେ ସଂରକ୍ଷଣ ଚିଠାକୁ ତନଖି କରୁଥିବା ଦେଖାଯାଇଛି ା ଜିଲା ପ୍ରଶାସନ ୧୯୯୭ଠାରୁ ୨୦୧୭ ପର୍ଯ୍ୟନ୍ତ ନିରନ୍ତର ସଂରକ୍ଷଣ ନିୟମକୁ ଆଧାର କରି ଚଳିତବର୍ଷର ସଂରକ୍ଷଣ ତାଲିକାକୁ ପ୍ରସ୍ତୁତ କରିଛନ୍ତି। ତେବେ ପୂର୍ବରୁ ଜନପ୍ରତିନିଧିଙ୍କ ଏହି ପଦଗୁଡିକ ପାଇଁ ସଂରକ୍ଷଣ ୬୫% ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୫୦%ରେ ସୀମିତ ରହିଛି। ଜିଲାର ୯ ବ୍ଲକ ଅଧ୍ୟକ୍ଷ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପୂର୍ବପରି ରହିଛି। ଏଥିସହ ୱାର୍ଡ ସଭ୍ୟଙ୍କ ସଂଶୋଧିତ ତାଲିକା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ତେବେ ସଂଶୋଧନ ତାଲିକାରେ ସମିତିସଭ୍ୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ମହାକାଳପଡା ବ୍ଲକ ଅଞ୍ଚଳରେ ୮ଟି ପରିବର୍ତ୍ତନ ହୋଇଥିବା ବେଳେ ଡେରାବିଶ ବ୍ଲକରେ ୬, ଗରଦପୁରରେ ୪, ପଟ୍ଟାମୁଣ୍ଡାଇରେ ୩, ରାଜକନିକାରେ ୪, ମାର୍ଶାଘାଇରେ ୭, ଆଳିରେ ୪, ରାଜନଗରର ୧୨ଟି ପଞ୍ଚାୟତ ସଂରକ୍ଷଣ ପୂର୍ବ ତାଲିକାର ସଂଶୋଧନ ହୋଇଛି। କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅପରପକ୍ଷରେ ସରପଞ୍ଚ ପଦବୀ ପାଇଁ ଆଳି, ଡେରାବିଶ, ରାଜନଗର ବ୍ଲକ ଅଞ୍ଚଳରେ କୌଣସି ସଂଶୋଧନ ନଜରକୁ ଆସିନାହିଁ। କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ୪, ଗରଦପୁରରେ ୬, ପଟ୍ଟାମୁଣ୍ଡାଇରେ ୨, ମହାକାଳପଡାରେ ୭, ମାର୍ଶାଘାଇରେ ୧, ରାଜକନିକା ବ୍ଲକର ୨ଟି ପଞ୍ଚାୟତରେ ସଂରକ୍ଷଣ ତାଲିକାର ସଂଶୋଧନ ହୋଇଛି।

ସରପଞ୍ଚ ପ୍ରାର୍ଥୀ ପାଇଁ ସଂଶୋଧିତ ତାଲିକା

କେନ୍ଦ୍ରାପଡ଼ା ବ୍ଲକର ଇନ୍ଦୁପୁର- ପଛୁଆବର୍ଗ, କଳପଡା- ପଛୁଆବର୍ଗ ମହିଳା, କୁତରଙ୍ଗ- ପଛଆବର୍ଗ, କୋରୋ- ପଛୁଆବର୍ଗ ମହିଳା, ଗରଦପୁର ବ୍ଲକର ତିକନପୁର- ପଛୁଆବର୍ଗ, ନଡିଆବରେଇ- ଅନୁସୂଚିତ ଜାତି ମହିଳା, ବଡ଼ବେତରା- ଅନୁସୂଚିତ ଜାତି ମହିଳା, ଭଗବାନ୍‌ପୁର- ଅନୁସୂଚିତ ଜାତି, ମଧୁଶାସନ- ଅନୁସୂଚିତ ଜାତି, ରାମଚନ୍ଦ୍ରପୁର- ପଛୁଆବର୍ଗ ମହିଳା, ପଟ୍ଟାମୁଣ୍ଡାଇ ବ୍ଲକର ତରଡ଼ିପାଳ- ଅସଂରକ୍ଷିତ ମହିଳା, ବାଲିପାଟଣା- ଅସଂରକ୍ଷିତ, ମହାକାଳପଡା ଖୁରୁସିଆ- ପଛୁଆବର୍ଗ ମହିଳା, ଗଡ଼ରୋମିତ- ପଛୁଆବର୍ଗ ମହିଳା, ଟିକରପଙ୍ଗା- ପଛୁଆବର୍ଗ, ଦେଉଳପଡା- ଅନୁସୂଚିତ ଜାତି ମହିଳା, ପାଟଳିପଙ୍କ- ଅନୁସୂଚିତ ଜାତି, ମଙ୍ଗଳପୁର- ଅସଂରକ୍ଷିତ ମହିଳା, ଯଦୁପୁର- ଅସଂରକ୍ଷିତ, ମାର୍ଶାଘାଇ ବ୍ଲକ ବଛରାଇ- ଅସଂରକ୍ଷିତ, ରାଜକନିକା ବ୍ଲକ ଜାଗୁଳାଇପଡା- ପଛୁଆବର୍ଗ ମହିଳା, ହାଟସାହି- ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri