Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ବଡସଫଳା: ୩ ଆତଙ୍କବାଦୀ ନିହତ

ଜମ୍ମୁ,୭ ।୧: କଶ୍ମୀର ବଡଗାମର ଜୋଲୱା କ୍ରାଲପୋରା ଛାଦୋରା ଅଞ୍ଚଳରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି କଶ୍ମୀର ଆଇଜିପି ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି । ଏପର୍ଯ୍ୟନ୍ତ ନିହତ ଆତଙ୍କବାଦୀଙ୍କ ପରିଚୟ ମିଳି ନାହିଁ । ସୂଚନାଯୋଗ୍ୟ, କଶ୍ମୀରରେ ବାରମ୍ବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହେଉଥିବା ମୁହାଁମୁହିଁରେ ଏହା ଏକ ବଡସଫଳତା ବୋଲି କୁହାଯାଉଛି ।

 

Share