Categories: ଜାତୀୟ

ଜନସାଧାରଣଙ୍କୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନର ୩ ସଦସ୍ୟ ନିହତ

ଶ୍ରୀନଗର,୨୪।୧୧: ଜମ୍ମୁ-କଶ୍ମୀର ପୋଲିସ ଗୁଳିରେ ବୁଧବାର ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଏହି ଆତଙ୍କବାଦୀ ଗୋଷ୍ଠିର ସଦସ୍ୟମାନେ ସହରରେ ଚଳିତ ମାସରେ ୫ ସାଧାରଣ ନାଗରିକଙ୍କ ହତ୍ୟା କରିଥିଲେ। ପୋଲିସ ଅନୁଯାୟୀ, ହାଇଡରପୋରାଠାରୁ କିଛି କିଲୋମିଟର ଦୂରରେ ରାମବାଗଠାରେ ଆତଙ୍କବାଦୀ ନିହତ ହୋଇଛନ୍ତି।

ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ମେହରାନ ଓ ବାସିତ। ଦୁହେଁ ଲସ୍କର-ଇ-ତୋଏବାର ରିଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍‌)ର ସଦସ୍ୟ। ମେହରାନଙ୍କୁ ତାଙ୍କ ପରିବାରବର୍ଗ ଚିହ୍ନଟ କରିଥିଲେ। ୫ ସାଧାରଣ ନାଗରିକଙ୍କ ହତ୍ୟାରେ ତାଙ୍କର ସମ୍ପୃକ୍ତି ଥିଲା। ନିହତ ୩ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ବିଦେଶୀ ଥିଲେ ବୋଲି ପୋଲିସ ଅଧିକାରୀ ଦିଲବାଗ ସିଂ କହିଛନ୍ତି।

Share