Categories: ଜାତୀୟ

ଘୋଷଣା ହୋଇପାରେ ତିନି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୧୮।୧: ଚଳିତ ବର୍ଷ ଉତ୍ତର ପୂର୍ବର ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ବୁଧବାର ନିର୍ବାଚନ ଆୟୋଗ ମେଘାଳୟ, ତ୍ରିପୁରା ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ସୂଚନା ଅନୁଯାୟୀ, ନିର୍ବାଚନ ଆୟୋଗ ଅପରାହ୍ନ ୨.୩୦ରେ ଏକ ଖବରଦାତା ସମ୍ମିଳନୀ କରିବେ। ଏଥିରେ ନିର୍ବାଚନ ବିଜ୍ଞପ୍ତି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯିବ ବୋଲି ସୂଚନା ମିଳିଛି। ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ୍ଚ ୧୨, ମାର୍ଚ୍ଚ ୨୨ ଓ ୧୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଛି।

Share