Categories: ଜାତୀୟ

ବାଲ୍ୟବିବାହ କରିଥିବା ୩ ଭଉଣୀଙ୍କ ସମେତ ୫ ଜଣଙ୍କୁ ହତ୍ୟା

ଜୟପୁର,୨୯।୫: ରାଜସ୍ଥାନ ଜୟପୁର ଜିଲାର ଡୁଡୁ ସହରରେ ଥିବା ଏକ କୂଅରୁ ୩ ମହିଳା ଓ ୨ ଶିଶୁଙ୍କ ମୃତଦେହ ମିଳିଛି। ସେମାନଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳା କଲୁ ଦେବୀ (୨୭), ମମତା (୨୩) ଓ କମଳେଶ ୩ ଭଉଣୀ। ମୃତ ଶିଶୁ ଦୁଇଜଣଙ୍କ ବୟସ ୪ ବର୍ଷ ଓ ୨୭ ଦିନ। ସେମାନେ କଲୁ ଦେବୀଙ୍କ ପିଲା। ମମତା ଏବଂ କମଳେଶ ଗର୍ଭବତୀ ଥିବା ଜଣାପଡ଼ିଛି। ୩ ଭଉଣୀ ୨୦୦୩ରେ ବାଲ୍ୟ ବିବାହ କରିଥିଲେ। ସେତେବେଳେ ସାନ ଭଉଣୀ କମଳେଶଙ୍କୁ ମାତ୍ର ୧ ବର୍ଷ ହୋଇଥିଲା। ବୁଧବାରଠାରୁ ସେମାନେ ନିଖୋଜ ଥିବା ଥାନାରେ ଅଭିଯୋଗ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ୩ ମହିଳା ଘରୋଇ ହିଂସାର ଶିକାର ହୋଇଆସୁଥିଲେ। ସେମାନଙ୍କ ଅଶିକ୍ଷିତ ସ୍ବାମୀମାନେ ମଦ ନିଶାରେ ମାଡ଼ ମାରୁଥିଲେ ବୋଲି ପଡୋଶୀ କହିଛନ୍ତି।

Share