Categories: ଜାତୀୟ

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ୫ ଯବାନ ଶହୀଦ

ନୂଆଦିଲ୍ଲୀ,୨୩।୩ : ଛତିଶଗଡ଼ର ନାରାୟଣପୁର ଜିଲାରେ ମଙ୍ଗଳବାର ସୁରକ୍ଷା କର୍ମୀଙ୍କ ବସ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ। ଏହି ଘଟଣାରେ ଅତିକମ୍‌ରେ ୫ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। କିଛି ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ। କାଡେମେଟା ଓ କାନହାର ଗାଓଁ ମଧ୍ୟ ଦେଇ ବସ ଯାଉଥିବାବେଳେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟିଥିଲା।

ସେମାନେ ମାଓବାଦୀଙ୍କ ବିରୋଧରେ ଏକ ଅପରେଶନ ସାରି ଫେରୁଥିଲେ ବୋଲି ଡିଜିପି ଡି. ଏମ୍‌. ଅଓ୍ବସ୍ଥି କହିଛନ୍ତି। ବସରେ ୨୭ ଡିଆରଜି (ଜିଲା ରିଜର୍ଭ ଗାର୍ଡ) ଯବାନ ଥିଲେ। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ସେ କହିଛନ୍ତି।

Share