ବସ୍‌ ବିସ୍ଫୋରଣରେ ୩ ସୁରକ୍ଷାକର୍ମୀ ମୃତ, ୨୦ରୁ ଅଧିକ ଆହତ…

କ୍ୱେଟା,୫।୯: ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାରେ ରବିବାର ସକାଳେ ଏକ ବସ୍‌ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହେବା ସହିତ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ଉଦ୍ଧାର କରି ଚିକିିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ମାଷ୍ଟଙ୍ଗ ରୋଡ୍‌ଠାରେ ଏହି ବିସ୍ଫୋରଣ ଘଟିଛି। କୌଣସି ଆତଙ୍କବାଦୀ ସଂଗଠନ ଏନେଇ ନିଜକୁ ବର୍ତ୍ତମାନ ସୁଦ୍ଧା ଦାୟୀ କରି ନ ଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ପୋଲିସ ଡିଆଇଜି କହିଛନ୍ତି। ଘଟଣାର ତଦନ୍ତ୍ର ଜାରି ରହିଛି।

Share