ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ ବାହାଲ ଗ୍ରାମର ରୋହିତ ମାଝୀ (୫୦)ଙ୍କ ଘର ପାର୍ଶ୍ଵରେ ସୋମବାର ରାତ୍ର ୧୦ଘଣ୍ଟା ସମୟରେ ଏକ ୮ଫୁଟିଆ ଆଜଗର ବୁଲୁଥିବା ଦେଖାଯାଇଥିଲା । ଏହାପରେ କେସିଙ୍ଗା ବନ ବିଭାଗକୁ ଫୋନ କରିଥିଲେ। ଖବର ପାଇ ବନପାଳ ଯଶୋବନ୍ତ ନାଏକ, ଯଯାତି ବଗର୍ତ୍ତିଙ୍କ ସମେତ ବନ ବିଭାଗ ଟିମ୍ ରାତ୍ର ୧୦ଟା ପହଞ୍ଚି ଥିଲେ । ଘର ପାର୍ଶ୍ବରେ ଥିବା ୮ଫୁଟିଆ ଆଜଗରକୁ କାବୁକରି କରି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସୁରକ୍ଷିତ ଭାବେ ନିକଟସ୍ଥ ବଜ୍ରଗଡ଼ ଜଙ୍ଗଲରେ ଛାଡି ଦିଆଯାଇ ଥିଲା ।

ମାସକ ମଧ୍ୟରେ ୩ଟି ଆଜଗର ବନ ବିଭାଗ ଉଦ୍ଧାର କରିଛି ।କେସିଙ୍ଗା ବ୍ଳକର ବାହାଦୁର ପଦର ଗ୍ରାମ ନିକଟସ୍ଥ ତେଳନଦୀ ନିକଟରେ ଥିବା ଏକ ଜମିରେ ଚାଷ କାମ କରୁଥିବା ବେଳେ ୨ ଟି ୮ଓ ୯ ଫୁଟିଆ ଉଦ୍ଧାର କରିଥିଲେ। ସୋମବାର ରାତ୍ରି ନୂନ ମାଠ ଗ୍ରାମ ପଞ୍ଚାୟତର ଖାସ ବାହାଲ ଗ୍ରାମରୁ ୮ଫୁଟିଆ ଆଜଗରକୁ ବନ ବିଭାଗ ଉଦ୍ଧାର କରିଛି । ବନପାଳ ଯଶୋବନ୍ତ ନାଏକ, ଯଯାତି ବଗର୍ତ୍ତିଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଗ୍ରାମକୁ ଯାଇ ଆଜଗରକୁ ଉଦ୍ଧାର କରିଥିଲେ। ଅଜଗରକୁ ଦେଖିବା ପାଇଁ ଗାଁର ଶତାଧିକ ଲୋକ ରୁଣ୍ଡ ହୋଇଥିଲେ । ଉଦ୍ଧାର ପରେ ବନ ବିଭାଗ ପକ୍ଷରୁ ବଜ୍ରଗଡ଼ ଜଙ୍ଗଲ ରେ ସୁରକ୍ଷିତ ଭାବେ ଛାଡି ଦିଆ ଯାଇଥିଲା।

 

Dharitri – Odisha’s No.1 Odia Daily

Share