Posted inଜାତୀୟ

ରାଷ୍ଟ୍ରପତିଙ୍କ ଘରେ କୁଣିଆ ହେଲେ ୩ ପୋଲିସ

ନୂଆଦିଲ୍ଲୀ, ୧୬।୮: ରାଷ୍ଟ୍ରପତି ଭବନରେ ଏକ ଐତିହାସିକ ଘଟଣା ଘଟିଛି। ରାଷ୍ଟ୍ରପତି ଭବନରେ ପ୍ରଥମ ଥର ପାଇଁ ୩ ଜଣ ପୋଲିସ କୁଣିଆ ହୋଇଛନ୍ତି। ଉଲ୍ଲେଖନୀୟ କାର୍ଯ୍ୟ ଲାଗି ସେମାନଙ୍କୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ଶନିବାର ଆୟୋଜିତ ହୋଇଥିବା ‘ଆଟ୍‌ ହୋମ୍‌ ରିସେପଶନ୍‌’ରେ ଯୋଗଦେବା ପାଇଁ ନିୟନ୍ତ୍ରିତ କରାଯାଇଥିଲା। ସେମାନେ ହେଉଛନ୍ତି ସବ୍‌ ଇନସ୍ପେକ୍ଟର ସୁନୀତା ମାନ୍‌, ହେଡ୍‌ କନଷ୍ଟେବଳ ମନିଶ୍‌ କୁମାର ଏବଂ ହେଡ୍‌ କନଷ୍ଟେବଳ ଜିତେନ୍ଦ୍ର। ସୁନୀତା ମାସିକ ଋତୁସ୍ରାବ ସମୟରେ ପ୍ୟାଡ୍‌ ବ୍ୟବହାର ଏବଂ ପରିଷ୍କାର ପରିଚ୍ଛନ୍ନତା ରହିବା ଉପରେ କିଶୋରୀ ଓ ମହିଳାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ସେହିପରି ମନୀଶ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣରେ ପ୍ରେରିତ ହୋଇ ଏକ କମ୍ୟୁନିଟି କିଚେନ ସ୍ଥାପନ କରି କରୋନା ମହାମାରୀ ସମୟରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇ ଦେବା ଜାରି ରଖିଛନ୍ତି। ଜିତେନ୍ଦ୍ର କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ତାଙ୍କ ବନ୍ଧୁଙ୍କ ସ୍ତ୍ରୀଙ୍କ ଚିକିତ୍ସା ଲାଗି ପ୍ଲାଜମା ଦାନ କରିଥିଲେ। ରାଷ୍ଟ୍ରପତି ଭବନରେ ଏହି ୩ ଭାଗ୍ୟଶାଳୀଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ହଜାର ଫୁଟ ଗଭୀରକୁ ଖସିଲା ଟ୍ରକ୍‌, ଚାଲିଗଲା ୨୨ ଶ୍ରମିକଙ୍କ ଜୀବନ

ଇଟାନଗର,୧୧ା୧୨: ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ ଏକ ବିପଦପୂର୍ଣ୍ଣ ପାହାଡ଼ି ରାସ୍ତାରୁ ଖସି...

କର୍ଲାମୁଣ୍ଡାରେ ଖୋଲିଲା ମଣ୍ଡି, ପ୍ରଥମ ଦିନରେ କ୍ରୟ ହେଲା…

କର୍ଲାମୁଣ୍ଡା/ରିଷିଡ଼ା,୧୧ା୧୨(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ଖରିଫ୍‌-୨୫ର ପ୍ରଥମ ଧାନମଣ୍ଡି କର୍ଲାମୁଣ୍ଡା ପାଣିପଞ୍ଚାୟତସ୍ଥିତ ପଡ଼ିଆଠାରେ ଗୁରୁବାର ଉଦ୍‌ଘାଟିତ...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ବଡ଼ ଘୋଷଣା କଲା ଇଣ୍ଡିଗୋ, ବିମାନ ବାତିଲରେ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ ମିଳିବ ଏତିକି ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ,୧୧।୧୨: ହଜାର ହଜାର ଯାତ୍ରୀ ସମ୍ମୁଖୀନ ହେଉଥିବା ଅସୁବିଧାକୁ ସ୍ବୀକାର କରି ଇଣ୍ଡିଗୋ ନିକଟରେ ବଡ଼ ଘୋଷଣା କରିଛି। କମ୍ପାନୀ ଘୋଷଣା କରିଛି ଯେ ଡିସେମ୍ବର...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଏହି ସ୍ଥାନରେ 5 ଦିନ ପୋଷାକ ପିନ୍ଧନ୍ତିନି ମହିଳା

ନୂଆଦିଲ୍ଲୀ,୧୧|୧୨ : ଭାରତ ଅନନ୍ୟ ସଂସ୍କୃତି, ପରମ୍ପରା ଏବଂ ମାନ୍ୟତା ପାଇଁ ସାରା ବିଶ୍ବରେ ପରିଚିତ । ଦେଶର ଏକ ସ୍ଥାନରେ ଏପରି ଏକ ପରମ୍ପରା...

ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ

ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବେ ମୋକିମ! ମୁହଁ ଖୋଲିଲେ ସୁର, କହିଲେ…

ଭୁବନେଶ୍ୱର,୧୧।୧୨: ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri