Categories: ଖେଳ

ସିଏସ୍‌କେରେ ହରଭଜନଙ୍କ ସ୍ଥାନ ନେଇପାରନ୍ତି ଏହି ୩ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୫।୯: ବ୍ୟକ୍ତିଗତ କାରଣକୁ ନେଇ ଆଇପିଏଲ୍‌-୨୦୨୦ରୁ ସୁରେଶ ରାଇନା ବାହାର ହେବା ପରେ ଏବେ ହରଭଜନ ସିଂହ ମଧ୍ୟ ଅନୁରୂପ ଭାବେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି। ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ପ୍ରମୁଖ ସ୍ପିନର ମଧ୍ୟରେ ହରଭଜନଙ୍କୁ ଗଣାଯାଏ। ଏପରିସ୍ଥଳେ ସେ ଦଳରେ ସାମିଲ ନ ହେବା ଚିନ୍ତାର କାରଣ ପାଲଟିଛି।
ଶୁକ୍ରବାର ହରଭଜନ ୟୁଏଇ ଗସ୍ତ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାପରେ ଦଳ ତାଙ୍କ ବିକଳ୍ପ ଖୋଜିବାରେ ଲାଗିପଡ଼ିଛି। ଏବେ ତିନିଜଣ ଖେଳାଳି ତାଙ୍କ ସ୍ଥାନ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେମାନେ ହେଲେ ମନୋଜ ତିଓ୍ବାରୀ, ହର୍ଷ ତ୍ୟାଗି, ଜଲଜ ସକ୍ସେନା।

ମନୋଜଙ୍କ ଅଲରାଉଣ୍ଡର ଶୈଳୀ ଦଳକୁ ଫାଇଦା ଦେଇପାରେ ବୋଲି କୁହାଯାଉଛି। ସେ ଧୋନୀଙ୍କ ଅଧିନାୟକତ୍ୱରେ ଖେଳି ସାରିଛନ୍ତି। ୯୮ ଆଇପିଏଲ୍‌ରେ ସେ ସାମିଲ ହୋଇଥିବା ବେଳେ ୨୦୧୯-୨୦ରେ ତାଙ୍କର ନିଲାମୀ ହୋଇ ନ ଥିଲା। ସେହିଭଳି ହର୍ଷ ୟୁଏଇ ଯାଇଛନ୍ତି। ସେ ୨୦୧୮ରେ ଅଣ୍ଡର-୧୯ ଏସିଆ କପ୍‌ ଫାଇନାଲରେ ୬ ଓ୍ବିକେଟ୍‌ ନେଇ ସମସ୍ତଙ୍କୁ ଚମକାଇଥିଲେ। ଅନ୍ୟପକ୍ଷେ ଜଳଜ ଅନୁଭବୀ ଖେଳାଳି। ସେ ପାଞ୍ଚ ବର୍ଷ ଧରି ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି। ତେବେ ଏହି ୩ଜଣଙ୍କ ମଧ୍ୟରୁ କାହାକୁ ଦଳ ଚୟନ କରୁଛି ତାହା ଦେଖିବାକୁ ବାକି ରହିଲା।

Share