Categories: ଜାତୀୟ

ନଭି ମୁମ୍ବାଇ ପାୱାର ପ୍ଲାଣ୍ଟରେ ବ୍ଲାଷ୍ଟ , ଇଞ୍ଜିନିୟର ସମେତ ୩ ଆହତ

ମୁମ୍ବାଇ,୯ ।୧୦: ମହାରାଷ୍ଟ୍ରର ନଭି ମୁମ୍ବାଇର ଉରନରେ ସ୍ଥିତ ପାୱାର ପ୍ଲାଣ୍ଟରେ ରବିବାର ଅର୍ଥାତ୍ ୯ ଅକ୍ଟୋବରରେ ଏକ ବ୍ଲାଷ୍ଟ ହୋଇଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଇଞ୍ଜିନୟର ଓ ଦୁଇ ଜଣ କର୍ମଚାରୀ ରହିଛନ୍ତି । ସମସ୍ତଙ୍କୁ ନଭି ମୁମ୍ବାଇର ଏରୋଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ଲାଷ୍ଟ ପରେ ବହୁ ପରିମାଣର ଗ୍ୟାସ ଲିକ୍ ହୋଇଛି । ଗ୍ୟାସକୁ କାବୁ କରିବାକୁ ଉଦମ ଜାରି ରହିଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି । ଏହି ବିସ୍ଫୋରଣ ରବିବାର ଦ୍ୱିପ୍ରହରରେ ଗ୍ୟାସଥିବା ପାୱାର ପ୍ଲାଣ୍ଟ ଉରନ ଗ୍ୟାସ ଟର୍ବାଇନ ପାୱାର ଷ୍ଟେଶନ(ଜିଟିପିସ)ରେ ହୋଇଛି ।

Share