Categories: ଜାତୀୟ

ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡକୁ ନେଇ ଥରି ଉଠିଲା ମେରଠ

ମେରଠ,୨୩ ।୮: ଉତ୍ତର ପ୍ରଦେଶର ମେରଠ ଗାଟିଏ ପରେ ଗୋଟିଏ ହତ୍ୟାକାଣ୍ଡକୁ ନେଇ ଏକ ପ୍ରକାର ଥରି ଉଠିଛି । ପ୍ରାୟ ୧୦ ଘଣ୍ଟା ମଧ୍ୟରେ ୩ଟି ଗାଁରେ ହୋଇଥିବା ୩ ହତ୍ୟାକାଣ୍ଡକୁ ନେଇ ଜିଲାରେ ଏବେ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି । ସୋମବାର ରୋହଟା ଗାଁରେ ବାଇକରେ ଆସିଥିବା ଦୁର୍ବୁତ୍ତ ଘର ବାହାରେ ଠିଆ ହୋଇଥିବା ନୀଲମ(୫୦)ଙ୍କୁ ପୁଅ ସମ୍ନାରେ ଗୁଳିକରି ହତ୍ୟା କରିଛନ୍ତି ।
ଅନ୍ୟପଟେ ଜଂଗୋଠି ଗାଁରେ ବିପିନ ଓରଫ ବାଲି(୩୨)ଙ୍କ ବେକ କାଟି ଜଙ୍ଗଲରେ ଫୋପାଡି ଦିଆଯାଇଛି । ଏସପି ସିଟି ବିନୟ ଭଟନାଗର କହିଛନ୍ତି ପ୍ରେମ ପ୍ରସଙ୍ଗ ଓ ଟଙ୍କା ଲେଣଦେଣକୁ ନେଇ ହତ୍ୟାକାଣ୍ଡର ପ୍ରାଥମିକ କାରଣ ଖୋଜୁଛି ପୋଲିସ । ମୃତକ ବିପିନ ଅବିବାହିତ ଥିଲେ ଓ ସେ ପରିବାରଠାରୁ ଅଲଗା ରହୁଥିଲେ ।
ତୃତୀୟ ହତ୍ୟାକାଣ୍ଡ ହସ୍ତିନାପୁରର କୁଣ୍ଡା ଜିଲାରେ ଘଟିଛି । ସେଠାରେ ବିଟ୍ଟୁ ଓରଫ କାଳିଆ(୨୪)କୁ ଇଟାରେ ଛେଚି ହତ୍ୟା କରାଯାଇଛି । ପ୍ରାୟ ୮ଟା ସମୟରେ ବିଟ୍ଟୁଙ୍କ ମୃତଦେହ ଜଙ୍ଗଲରୁ ମିଳିଛି । ଗୋଟିଏ ଦିନ ପୂର୍ବରୁ ବିଟ୍ଟୁ ତାଙ୍କ ଭାଇ ସହ ଝଗଡା କରିଥିବାରୁ ତାଙ୍କ ଭାଇ ହିଁ ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Share