Posted inଜାତୀୟ

ଶକ୍ତିଶାଳୀ ହେବ ବାୟୁସେନା: ଭାରତକୁ ପୁଣି ଆସୁଛି ଆଉ ୩ ରାଫାଲ

ଗାନ୍ଧୀନଗର,୪।୧୧:ଭାରତୀୟ ବାୟୁସେନା ଆହୁରି ଶକ୍ତିଶାଳୀ ଓ ସୁଦୃଢ଼ ହେବାକୁ ଯାଉଛି। ନିଜର ପରାକ୍ରମ ଦେଖାଇବା ସହ ଶତ୍ରୁଙ୍କୁ ପରାଜୟ କରିବା ପାଇଁ ଆଉ ୩ରାଫାଲ ଯୁଦ୍ଧ ବିମାନ ବୁଧବାର ଭାରତକୁ ଆସୁଛି। ବୁଧବାର ସନ୍ଧ୍ୟାରେ ଗୁଜରାଟ ଜାମନଗର ଏୟାର ବେସ୍‌ରେ ଏହା ଅବତରଣ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ଯୁଦ୍ଧ ବିମାନ ଫ୍ରାନ୍ସ ଏୟାରବେସ୍‌ରୁ ଉଡାଣ ଭରିସାରିଥିବା ବେଳେ ରାସ୍ତାରେ କେଉଁଠି ନ ଅଟକି ସିଧା ଭାରତରେ ପହଞ୍ଚିବ। ତେବେ ଏହି ଲମ୍ବା ଯାତ୍ରା ସମୟରେ ଇନ୍ଧନର ସମସ୍ୟା ନ ଉପୁଜିବା ପାଇଁ ଫ୍ରାନ୍ସ ବାୟୁସେନାର ଆକାଶରେ ଇନ୍ଧନ ଭରୁଥିବା ଏକ ବିମାନ ମଧ୍ୟ ସାଙ୍ଗରେ ରହିବ ବୋଲି ସୂତ୍ରରୁ ସୂଚନା ମିଳିଛି। ଏହା ପୂର୍ବରୁ ଜୁଲାଇ ୨୮ରେ ଫ୍ରାନ୍ସରୁ ୫ଟି ରାଫାଲ ଯୁଦ୍ଧ ବିମାନ ଭାରତକୁ ଆସିଥିଲା। ଫ୍ରାନ୍ସ ଓ ଭାରତ ମଧ୍ୟରେ ୩୬ଟି ରାଫାଲ ବିମାନ ଚୁକ୍ତି ସ୍ବାକ୍ଷରିତ ହୋଇଥିବା ବେଳେ ସେଥିମଧ୍ୟରୁ ୫ଟି ଭାରତକୁ ହସ୍ତାନ୍ତର କରାଯାଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri