Categories: ଜାତୀୟ

ଛେଳିକୁ ଗଣବଳାତ୍କାର

ଥିରୁଭାନନ୍ତପୁରମ,୧।୪: ମଣିଷ ସମାଜକୁ ଲଜ୍ଜିତ କଲା ଭଳି ଏକ ଘଟଣା କେରଳର କସରଗୋଡ଼ ଜିଲାରୁ ସମ୍ନାକୁ ଆସିଛି। ଗର୍ଭବତୀ ଛେଳିକୁ ଗଣବଳାତ୍କାର ଏବଂ ହତ୍ୟା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ସେନ୍‌ଥିଲ୍‌ ତମିଲନାଡୁର ହୋଇଥିବାବେଳେ କସରଗୋଡର ଏକ ହୋଟେଲରେ ରହି ୨ ବର୍ଷ ହେଲା କାମ କରୁଥିଲେ।

ହୋଟେଲ ମାଲିକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ସେନ୍‌ଥିଲ୍‌ଙ୍କୁ ଗିରଫ କରି କରିଛି। ମଙ୍ଗଳାବର ରାତି ପ୍ରାୟ ୧୧ଟା ବେଳେ ହୋଟେଲ କର୍ମଚାରୀ କାମ କରୁଥିଲେ। ସେତିକିବେଳେ ଛେଳି ବୋବେଇବା ଶବ୍ଦ ଶୁଣିବାକୁ ମିଳିଥିଲା। ହୋଟେଲ କର୍ତ୍ତୃପକ୍ଷ ଆସି ଦେଖିଲାବେଳକୁ ଛେଳିଟି ରକ୍ତାକ୍ତ ହୋଇ ତଳେ ପଡ଼ିରହିଥିଲା। ଜଣେ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ଦେଖି ବାକୁ ମିଳିଥିଲା। ଘଟଣାରେ ଅନ୍ୟ ଦୁଇ ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ପୋଲିସ ଫେରାର ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି। ଅଭିଯୁକ୍ତଙ୍କ ବିରୋଧରେ ପଶୁ ଅତ୍ୟାଚାର ଅଧୀନରେ ଏକ ମାମଲା ରୁଜୁ କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ଅନ୍‌ନାଚୁରାଲ ସେକ୍ସ କାରଣରୁ ଛେଳିର ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି।

Share