ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ତିର୍ତ୍ତୋଲ, ୬ା୧୦(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ତିର୍ତ୍ତୋଲ ଥାନା ବଣିତୋ ଗଁ।ରେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ପଡୋଶୀ ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି।
ପ୍ରାପ୍ତ ସୂଚନା ମୁତାବକ, ଗ୍ରାମର କାମିନୀ ସ୍ବାଇଁ ରୋଷେଇ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କର ସ୍ବାମୀ ପିଣ୍ଟୂନା ସ୍ବାଇଁ ଓ ଦଶ ବର୍ଷର ଝିଅ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ପଡିଶା କୁମରବର ସ୍ବାଇଁ ମଧ୍ୟ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ପଡ଼ିଥିଲେ।