Categories: ଜାତୀୟ

୨ ଦଳରୁ ଇସ୍ତଫା ଦେଲେ ୩ ବିଧାୟକ

ଶିଲ୍‌ଂ,୨୮।୧୧: ମେଘାଳୟରେ ଶାସନରେ ଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନ୍‌ପିପି)ର ୨ ଓ ଟିଏମ୍‌ସିର ଜଣେ ବିଧାୟକ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ୨ଦଳକୁ ଝଟ୍‌କା ଲାଗିଛି। ସୂଚନାଯୋଗ୍ୟ,ଏନ୍‌ପିପି ବିଧାୟକ ଫେର୍ଲିନ ସାଙ୍ଗମା, ବେନେଡିକ ମାରକ ଏବଂ ଟିଏମ୍‌ସି ଏଚଏମ ଶାଙ୍ଗପିଲାଙ୍ଗ ବିଧାନସଭା ବାଚସ୍ପତି ମେଟବାହ ଲିଙ୍ଗଡୋହଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ବୋଲି ବିଧାନସଭା କମିଶନର ତଥା ସଚିବ ଆଣ୍ଡ୍ରିୟୁ ସିମନ୍ସ କହିଛନ୍ତି। ସୂଚନା ମୁତାବକ, ଇସ୍ତଫା ଦେଇଥିବା ବିଧାୟକମାନେ ନିଜ ଦଳର ସଦସ୍ୟତା ଛାଡିଛନ୍ତି। ଏହି ୩ ନେତା ଆସନ୍ତା ମାସରେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

Share