ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ଟାଇକୋଣ୍ଡୋରେ ଗୋଲ୍ଡ ସହ ୩ ପଦକ ପାଇଛନ୍ତି। ଏଥିସହ ଜଣେ ଛାତ୍ରୀ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି। ଏକାଦଶ ଶ୍ରେଣୀ ଛାତ୍ରୀ ପ୍ରତ୍ୟୁଷା ରଥ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି।
ନବମ ଶ୍ରେଣୀର ଲୋକେଶ ପରିଡ଼ା ରଜତ ପଦକ ଏବଂ ଅଷ୍ଟମ ଶ୍ରେଣୀର କ୍ରିତେଶ କାଂସ୍ୟ ପଦକ ଜିତିଛନ୍ତି। କେ. ଦିପ୍ତିମାନ ରେଡ୍ଡି ଜାତୀୟସ୍ତର ପାଇଁ ଟ୍ରାଏଲ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ
ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଧିକ ସଫଳତା କାମନା କରିଛନ୍ତି। ଶିକ୍ଷା, କ୍ରୀଡ଼ା ପ୍ରତ୍ୟେକ କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉତ୍ତମ ପ୍ରଦର୍ଶନ କରି ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି।
ସୂଚନା ଯୋଗ୍ୟ, ଗତ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ ୫ରେ ରିଜିଅନାଲ ସ୍ପୋର୍ଟସ ମିଟ୍ ୨୦୨୬ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ଛାତ୍ରୀଛାତ୍ରମାନେ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ଖୁଣ୍ଟିଆଙ୍କ ନେତୃତ୍ୱରେ ଭାଗ ନେଇ ଏହି ସଫଳତା ପାଇଛନ୍ତି।