Categories: ଫୁରସତ

ସାମ୍ନାସାମ୍ନି ବସିଥିଲେ ୩ ଅହିରାଜ, ପରେ ଘଟିଲା…

ସୋସିଆଲ ମିଡିଆରେ ଆପଣ ବିଭିନ୍ନ ପ୍ରକାର ଭିଡିଓ ଦେଖିଥିବେ। ସେଥିରୁ କିଛି ଭିଡିଓ ହାସ୍ୟରୋଳ ସୃଷ୍ଟି କରୁଥିବା ବେଳେ ଆଉ କିଛି ଭୟଙ୍କର ହୋଇଥାଏ। ଏବେ ସେମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଯାହା ଆଗରୁ କେବେ ଦେଖି ନ ଥିବେ।

ଏହି ଭିଡିଓ ଦୁନିଆର ସବୁଠାରୁ ବିପଜ୍ଜନକ ସାପ ଅହିରାଜ। ଭାଇରାଲ ଏହି ଭିଡିଓରେ ୩ଟି ଅହିରାଜ ଏକାଠି ବସିଥିବାର ନଜର ଆସିଛନ୍ତି।

ଭାଇରାଲ ଭିଡିଓଟି helicopter_yatra_ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓରେ ଦେଖିବେ ତିନୋଟି ଅହିରାଜ ସାମ୍ନାସାମ୍ନି ଫଣା ଉଠାଇ ବସିଛନ୍ତି। ୩ ଜଣ ଯାକ ପରସ୍ପରକୁ ଶାନ୍ତ ଦୃଷ୍ଟିରେ ଚାହିଁ ରହିଛନ୍ତି। ଭିଡିଓ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏମିତି ଦୃଶ୍ୟ କେବେ ଦେଖି ନ ଥିବେ। ଭିଡିଓଟି କୌଣସି ଏକ ଜଙ୍ଗଲ ଅଞ୍ଚଳର। ମାତ୍ର ଏ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ।

ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୟୁଜରମାନେ ଭିଡିଓ ଦେଖି ନାନା ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ତିନି ଜଣ ମିଶି କୌଣସି ଏକ ଜରୁରୀ ବୈଠକ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୧୦ ହଜା ଲୋକ ଦେଖିସାରିଲେଣି। ଅନେକ ୟୁଜର ବେଶ୍‌ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି।

Share