Categories: ଜାତୀୟ

ତ୍ରିରଙ୍ଗା ଲଗାଇବା ସମୟରେ ଦୁର୍ଘଟଣା: ୩ ମୃତ

ଗ୍ୱାଲିୟର,୧୪ ।୮: ଆଉ କିଛି ଘଣ୍ଟା ପରେ ପାଳନ କରାଯିବ ଦେଶରେ ସ୍ୱାଧିନତା ଦିବସ । ସ୍ୱାଧିନତା ଦିବସ ପୂର୍ବରୁ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ଦୁଃଖଦ ଘଟଣା ଘଟିଛି । ସ୍ୱାଧିନତା ଦିବସର ପ୍ରସ୍ତୁତି ସମୟରେ ଗ୍ୱାଲିୟରର ମହାରାଜା ବାଡା ସ୍ଥିତ ନଗର ନିଗମ କାର୍ଯ୍ୟାଳୟରେ ତ୍ରିରଙ୍ଗା ବା ଜାତୀୟ ପତାକା ଲଗାଇବା ସମୟରେ ହାଇଡ୍ରୋଲିକ୍ ମେଶିନ ଭାଙ୍ଗି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଏଥିରେ ଅନ୍ୟ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଲାଗି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Share