Categories: ଜାତୀୟ

ବିଦିଶା ସଡ଼କ ଦୁର୍ଘଟଣାରେ ୩ ଖବରଦାତାଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଦିଶା,୨୯ ।୧୧: ମଧ୍ୟପ୍ରଦେଶର ବିଦିଶାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ପ୍ରେସ କ୍ଲବର ଅଧ୍ୟକ୍ଷଙ୍କ ସମେତ ୩ ଖବରଦାତାଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସଂ ଚୌହାନ ଗଭିର ଦୁଃଖ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ସଲାମପୁର ଥାନା ଅନ୍ତର୍ଗତ ଲମ୍ବାଖେଡାଠାରେ ଏହି ଦୁର୍ଘଟଣା ହୋଇଛି । କୁହାଯାଉଛି କି ଲାମ୍ବାଖେଡାରେ ଏକ ଅଜଣା ଗାଡି ୩ ଖବରଦାତାଙ୍କୁ ଧକ୍କା ଦେବାରୁ ଏମାନଙ୍କର ମୃତ୍ୟୁ ହୋଇଛି । ଏଥିରେ ବିଦିଶା ପ୍ରେସ କ୍ଲବର ଅଧ୍ୟକ୍ଷ ରାଜେଶ ଶର୍ମା, ସୁନିଲ ଶର୍ମା ଓ ନରେନ୍ଦ୍ର ଦିକ୍ଷିତଙ୍କର ମୃତ୍ୟୁ ହୋଇଛି ।
ଏହି ଘଟଣାକୁ ନେଇ ଶିବରାଜ ସିଂ ଚøହାନ ଟୁଇଟ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

Share