ଜରି ପଞ୍ଚାୟତର ୩ ସରକାରୀ ଅଧିକାରୀ ନିଲମ୍ବିତ

ଯାଜପୁର ଅଫିସ,୮।୮: ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର (ଏମ୍‌ଜିଏନ୍‌ଆର୍‌ଜିଏ) ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଅଭିଯୋଗରେ ୩ ସରକାରୀ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଏଥିରେ ପିଇଓ ପ୍ରକାଶ ଜେନ, ଜିଆର୍‌ଏସ୍‌ ପାର୍ଥ ସାରଥୀ ଥାଟୋଇ ଏବଂ କନିଷ୍ଠ ଯନ୍ତ୍ରୀ ତୁଷାର ପାତ୍ର ରହିଛନ୍ତି।
ସୂଚନାଯୋଗ୍ୟ, ଗତ ଜୁନ ୨୮ ତାରିଖରେ ଜରି ପଞ୍ଚାୟତର ସମିତିସଭ୍ୟ ଭୁବନାନନ୍ଦ ସାମଲ ଏହି ଦୁର୍ନୀତି ବରୋଧରେ ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଥିଲେ। ତେବେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏହିକ୍ରମରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ଦ୍ବାରା ତଦନ୍ତ ହୋଇଥିଲା। ତଦନ୍ତ ରିପୋର୍ଟ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।