Posted inଜାତୀୟ

ସଂସଦରେ ଏକସଙ୍ଗେ ୩ ଗାନ୍ଧୀ

ନୂଆଦିଲ୍ଲୀ,୨୮ା୧୧: କେରଳର ଓ୍ବାୟନାଡ୍‌ ସଂସଦୀୟ ଆସନରୁ ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଲୋକ ସଭା ସଦସ୍ୟା ଭାବେ ଶପଥ ନେବାକୁ ଯାଉଛନ୍ତି। ସେ ପୂର୍ବାହ୍ନ ୧୧ଟାରେ ଶପଥ ନେବେ ବୋଲି ବୁଧବାର କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ ନେତାମାନେ ବୁଧବାର ନୂଆଦିଲ୍ଲୀ ଗସ୍ତକରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପ୍ରିୟଙ୍କାଙ୍କୁ ଏହି ଆସନରୁ ବିଜୟ ପ୍ରମାଣପତ୍ର ହସ୍ତାନ୍ତର କରିଛନ୍ତି। ଲୋକ ସଭାରେ ପ୍ରିୟଙ୍କା ପ୍ରବେଶ କରିବା ପରେ ପାର୍ଲାମେଣ୍ଟ ଏକସଙ୍ଗେ ନେହେରୁ-ଗାନ୍ଧୀ ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ଯାଉଛି। ପ୍ରିୟଙ୍କାଙ୍କ ମା’ ସୋନିଆ ଗାନ୍ଧୀ ପୂର୍ବରୁ ରାଜସ୍ଥାନରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରୁଥିବାବେଳେ ତାଙ୍କ ପୂର୍ବ ଲୋକ ସଭା ଆସନ ରାଏବରେଲିରୁ ପୁଅ ରାହୁଲ ଗାନ୍ଧୀ ପ୍ରତିନିଧିତ୍ୱ କରୁଛନ୍ତି।

ପ୍ରିୟଙ୍କାଙ୍କ ପ୍ରବେଶ ଏଭଳି ସମୟରେ ହେବାକୁ ଯାଉଛି, ଯେତେବେଳେ କି କଂଗ୍ରେସ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ହାରିଯାଇଛି। କଂଗ୍ରେସର ‘କ୍ରାଇସିସ୍‌ ମ୍ୟାନେଜର’ ଏବଂ ‘ବ୍ୟାକ୍‌ଡୋର ଷ୍ଟ୍ରାଟେଜିଷ୍ଟ’ ଭାବେ ପରିଚିତ ପ୍ରିୟଙ୍କା ଦଳକୁ ପୁନର୍ଗଠନ କରିବାରେ କେତେ ସକ୍ଷମ ହେବେ ତା’ ଉପରେ ନଜର ରହିବ। ସେହିପରି ପାର୍ଲାମେଣ୍ଟ ଭିତରେ ଓ ବାହାରେ ପ୍ରିୟଙ୍କାଙ୍କ ଉପସ୍ଥିତି କଂଗ୍ରେସ ପାଇଁ ଗେମ୍‌ ଚେଞ୍ଜର ହୋଇପାରେ ବୋଲି ନେତାମାନେ ମନେକରୁଛନ୍ତି।
ବିରୋଧୀ ଦଳର ୫୨ ବର୍ଷୀୟା ନେତ୍ରୀ ପ୍ରିୟଙ୍କାଙ୍କ ଚେହେରାର ସାମଞ୍ଜସ୍ୟ ତାଙ୍କ ଜେଜେମା’ ଇନ୍ଦିରାଙ୍କ ସହ ରହିଛି। ତେଣୁ ସେ ଆଗାମୀ ନିର୍ବାଚନଗୁଡ଼ିକରେ ଏହାକୁ ପୁଞ୍ଜିକରି ନିଜ ଦଳ ପାଇଁ କେତେ ଭୋଟରଙ୍କୁ ଟାଣିପାରୁଛନ୍ତି ତାହା ନିର୍ଣ୍ଣାୟକ ହେବ। ପ୍ରିୟଙ୍କା ୨୦୦୪ ଲୋକ ସଭା ନିର୍ବାଚନରେ ରାଏବରେଲିରେ ସୋନିଆ ଓ ଅମେଠିରେ ରାହୁଲଙ୍କ ପାଇଁ ପ୍ରଚାର କରିଥିଲେ। ଏହାର ୨୦ ବର୍ଷ ପରେ ନିଜେ ସଂସଦରେ ପାଦ ଥାପିବାକୁ ଯାଉଥିବାରୁ ଦଳୀୟ ମହଲରେ ଉତ୍ସାହ ଓ ଉଦ୍ଦୀପନ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri