Posted inଜାତୀୟ

ସଂସଦରେ ଏକସଙ୍ଗେ ୩ ଗାନ୍ଧୀ

ନୂଆଦିଲ୍ଲୀ,୨୮ା୧୧: କେରଳର ଓ୍ବାୟନାଡ୍‌ ସଂସଦୀୟ ଆସନରୁ ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଲୋକ ସଭା ସଦସ୍ୟା ଭାବେ ଶପଥ ନେବାକୁ ଯାଉଛନ୍ତି। ସେ ପୂର୍ବାହ୍ନ ୧୧ଟାରେ ଶପଥ ନେବେ ବୋଲି ବୁଧବାର କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ ନେତାମାନେ ବୁଧବାର ନୂଆଦିଲ୍ଲୀ ଗସ୍ତକରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପ୍ରିୟଙ୍କାଙ୍କୁ ଏହି ଆସନରୁ ବିଜୟ ପ୍ରମାଣପତ୍ର ହସ୍ତାନ୍ତର କରିଛନ୍ତି। ଲୋକ ସଭାରେ ପ୍ରିୟଙ୍କା ପ୍ରବେଶ କରିବା ପରେ ପାର୍ଲାମେଣ୍ଟ ଏକସଙ୍ଗେ ନେହେରୁ-ଗାନ୍ଧୀ ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ଯାଉଛି। ପ୍ରିୟଙ୍କାଙ୍କ ମା’ ସୋନିଆ ଗାନ୍ଧୀ ପୂର୍ବରୁ ରାଜସ୍ଥାନରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରୁଥିବାବେଳେ ତାଙ୍କ ପୂର୍ବ ଲୋକ ସଭା ଆସନ ରାଏବରେଲିରୁ ପୁଅ ରାହୁଲ ଗାନ୍ଧୀ ପ୍ରତିନିଧିତ୍ୱ କରୁଛନ୍ତି।

ପ୍ରିୟଙ୍କାଙ୍କ ପ୍ରବେଶ ଏଭଳି ସମୟରେ ହେବାକୁ ଯାଉଛି, ଯେତେବେଳେ କି କଂଗ୍ରେସ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ହାରିଯାଇଛି। କଂଗ୍ରେସର ‘କ୍ରାଇସିସ୍‌ ମ୍ୟାନେଜର’ ଏବଂ ‘ବ୍ୟାକ୍‌ଡୋର ଷ୍ଟ୍ରାଟେଜିଷ୍ଟ’ ଭାବେ ପରିଚିତ ପ୍ରିୟଙ୍କା ଦଳକୁ ପୁନର୍ଗଠନ କରିବାରେ କେତେ ସକ୍ଷମ ହେବେ ତା’ ଉପରେ ନଜର ରହିବ। ସେହିପରି ପାର୍ଲାମେଣ୍ଟ ଭିତରେ ଓ ବାହାରେ ପ୍ରିୟଙ୍କାଙ୍କ ଉପସ୍ଥିତି କଂଗ୍ରେସ ପାଇଁ ଗେମ୍‌ ଚେଞ୍ଜର ହୋଇପାରେ ବୋଲି ନେତାମାନେ ମନେକରୁଛନ୍ତି।
ବିରୋଧୀ ଦଳର ୫୨ ବର୍ଷୀୟା ନେତ୍ରୀ ପ୍ରିୟଙ୍କାଙ୍କ ଚେହେରାର ସାମଞ୍ଜସ୍ୟ ତାଙ୍କ ଜେଜେମା’ ଇନ୍ଦିରାଙ୍କ ସହ ରହିଛି। ତେଣୁ ସେ ଆଗାମୀ ନିର୍ବାଚନଗୁଡ଼ିକରେ ଏହାକୁ ପୁଞ୍ଜିକରି ନିଜ ଦଳ ପାଇଁ କେତେ ଭୋଟରଙ୍କୁ ଟାଣିପାରୁଛନ୍ତି ତାହା ନିର୍ଣ୍ଣାୟକ ହେବ। ପ୍ରିୟଙ୍କା ୨୦୦୪ ଲୋକ ସଭା ନିର୍ବାଚନରେ ରାଏବରେଲିରେ ସୋନିଆ ଓ ଅମେଠିରେ ରାହୁଲଙ୍କ ପାଇଁ ପ୍ରଚାର କରିଥିଲେ। ଏହାର ୨୦ ବର୍ଷ ପରେ ନିଜେ ସଂସଦରେ ପାଦ ଥାପିବାକୁ ଯାଉଥିବାରୁ ଦଳୀୟ ମହଲରେ ଉତ୍ସାହ ଓ ଉଦ୍ଦୀପନ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri