୩ ଦିନ ପରେ ପେଟରେ ପଡ଼ିଥିଲା ଦାନା

ମହାକାଳପଡ଼ା,୨୯।୧୦ (ଡି.ଏନ୍‌.ଏ.): ୧୯୯୯, ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଥିଲା କାଳରାତ୍ରି। ଆଜି ସେହି ଶୁକ୍ରବାର ମହାବାତ୍ୟାକୁ ପୂରିଲା ୨୨ ବର୍ଷ। ସେହି କାଳରାତ୍ରିର ଦୁଃଖ ଦୁର୍ଦ୍ଦଶା ହୃଦୟରୁ ଏବେବି ଲିଭି ନାହିଁ। କଟକ ରେଡିଓ ସେଣ୍ଟରରୁ ମହାବାତ୍ୟା ସମ୍ପର୍କରେ ସେତେବେଳେ ସୂଚନା ପାଇଥିଲୁ ବୋଲି ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନାଞ୍ଜୁରା ପଞ୍ଚାୟତର ପାଣିଖିଆ ଗଁ। ସାନ୍ତାଳପଡ଼ାର ଲୋକେ କହିଛନ୍ତି। ପରେ ବାତ୍ୟା ବିଭୀଷିକାରେ ଘରଦ୍ୱାର ଭାଙ୍ଗି ଯାଇଥିଲା। ଗଁ। ସମୁଦ୍ରର ଖୁବ୍‌ ନିକଟରେ ଥିଲା। ସମୁଦ୍ରର ୧୫ ଫୁଟରୁ ଉଚ୍ଚ ଢେଉ ଲୁଣା ଜଙ୍ଗଲ ଯୋଗୁ ପଶି ପାରି ନ ଥିଲା। ଜଙ୍ଗଲ ପାଚେରି ଭଲି ରହିଥିଲା। ଶୁକ୍ରବାର ରାତିରୁ ବର୍ଷା ପବନ ବେଗ ବଢ଼ିଥିଲା। ଗଁ। ଲୋକ ଚାଳଛପର ଘର ଉପରେ ମହାବାତ୍ୟାକୁ ଅଙ୍ଗେ ଲିଭାଇ ଥିଲେ। ତଥାପି ସମୁଦ୍ରର ଢେଉ ୧୨ ଲୋକଙ୍କୁ ଗର୍ଭକୁ ନେଇ ଯାଇଥିଲା। ୩ ଦିନ ପରେ ହେଲିକପ୍ଟରରେ ଚୁଡା ଗୁଡ଼ ପାଇବାରୁ ପେଟରେ ଦାନା ପଡିଥିଲା ବୋଲି କହିଛନ୍ତି ଗଁ।ର ବରିଷ୍ଠ ମୁରବି ସୁନା ମାରାଣ୍ଡି, ସୁନା ଟୁଡୁ, ଫଗଡା ମାରାଣ୍ଡି, ଗଜେନ୍ଦ୍ର ମାରାଣ୍ଡି, ସୁରେଶ ସୋରେନ, ଲବ ମାରାଣ୍ଡି, ନୁଗୁର୍‌ ସୋରେନ, ଶଙ୍କର ମାରାଣ୍ଡି ଓ ପିରୁ ହେମ୍ବ୍ରମ୍‌ ।
ଏବେ ବି ଗଁା ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଯାଇନି। ଗଁ। ଲୋକ ଭଙ୍ଗା ଚାଳିଆରେ ଜୀବନ ବିତାଉଛନ୍ତି। ସରକାରଙ୍କ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ପାଲଟିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏହି ଲୋକଙ୍କ ପାଖରେ ପହଞ୍ଚେଇବାରେ ପ୍ରଶାସନ ବିଫଳ ହୋଇଛି। ଲୋକମାନେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଗଁ।ରେ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁନି। ବାଉଁଶ ଭାରରେ ରୋଗୀ ବୁହା ହୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି। ପଲିଥିନ ତଳେ ସାନ୍ତାଳୀ ସମ୍ପ୍ରଦାୟର ଲୋକଙ୍କ ଜୀବନ ବିତୁଛି। ମୟୂରଭଞ୍ଜ ଅଞ୍ଚଳରୁ ଦୀର୍ଘବର୍ଷ ହେଲା ଏହି ସାନ୍ତାଳ ସମ୍ପ୍ରଦାୟର ଲୋକ ଆସି ଏଠାରେ ବସବାସ କରୁଛନ୍ତି। ଏମାନଙ୍କ ଜମି ଜାଗା ନାହିଁ। ସରକାରୀ ଜଙ୍ଗଲ ଜମିରେ ବସବାସ କରୁଛନ୍ତି। କେତେଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri