Posted inଫୁରସତ

ବିବାହର ୩ ଦିନ ପୂର୍ବରୁ ମା’ ହେଲେ ମହିଳା, ଦେଲେ ଅଜବ ଉତ୍ତର

ବ୍ରିଟେନର ଜଣେ ମହିଳା ବିବାହର ଠିକ୍‌ ୩ ଦିନ ପୂର୍ବରୁ ମା’ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ମହିଳା ଜଣଙ୍କ ଏକ ଅଜବ ଉତ୍ତର ଦେଇଛନ୍ତି।

୪୦ ବର୍ଷୀୟା ଲିସା କହିଥିଲେ, ମୁଁ ମା ହେବା ମୋର ସ୍ବପ୍ନ ଥିଲା। ମୋ ବୟସ ମଧ୍ୟ ବଢ଼ି ଯାଇଥିଲା। ମାତ୍ର ହଠାତ୍‌ ପ୍ରସବ ପୀଡ଼ା ହେବାରୁ ହସ୍ପିଟାଲ ନିଆଯାଇଥିଲା। ଯେଉଁଠି ମୁଁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛି। ମାତ୍ର ମୁଁ କେମିତି ଗର୍ଭବତୀ ହେଲି ତାହା ଜାଣିନାହିଁ।

ଲିସାଙ୍କ ଏହି କାହାଣୀ ୟୁଟ୍ୟୁବ୍‌ରେ ଶେୟାର କରାଯାଇଛି। ଯେଉଁଥିରେ ସେ ଏହି ଘଟଣା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସେ ଭିଡିଓରେ କହିଛନ୍ତି, ମୁଁ ଗର୍ଭଧାରଣ କରିବାର ସାମାନ୍ୟ ଲକ୍ଷଣ ନ ଥିଲା। ଓଜନ ବଢ଼ିବା ବଦଳରେ କମି ଯାଇଥିଲା। ସେ କହିଛନ୍ତି, ୨ ମାସ ଋତୁସ୍ରାବ ନ ହେବାରୁ ମୁଁ ଗର୍ଭ ପରୀକ୍ଷା କରାଇଥିଲି। ସେଥିରେ ମଧ୍ୟ ନେଗେଟିଭ୍‌ ଆସିଥିଲା। ତେଣୁ ନିଶ୍ଚିତ ଥିଲି ଯେ, ମୁଁ ଗର୍ଭବତୀ ହେବାର କୌଣସି କାରଣ ନାହିଁ। ଏହାର ଠିକ୍‌ ୪ ମାସ ପରେ ସେ ପୁଣି ଗର୍ଭ ପରୀକ୍ଷା କରାଇଥିଲେ। ଏଥର ମଧ୍ୟ କୌଣସି ସଠିକ୍‌ ପ୍ରମାଣ ଆସିଲା ନାହିଁ। ଲିସା କହିଛନ୍ତି, ତୃତୀୟ ଥର ପାଇଁ ସେ ପୁଣି ଥରେ ଗର୍ଭ ପରୀକ୍ଷା କରାଇଥିଲେ। ପୁଣି ବି ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଲିସା କହିଛନ୍ତି, ମୋ ପ୍ରେମିକ ଜିସନଙ୍କୁ ବିବାହ କରିବାର ଠିକ୍‌ ତିନି ଦିନ ପୂର୍ବରୁ ମୋ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହା ପରେ ମୋତେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ପରୀକ୍ଷା କରି କହିଥିଲେ ଗର୍ଭରେ ୨୮ ରୁ ୩୦ ସପ୍ତାହର ପିଲା ଅଛି। ଲିସା କହିଛନ୍ତି, ମୋର ପ୍ରବଳ ଋତୁସ୍ରାବ ହେବାରୁ ଡାକ୍ତରମାନେ ବାଧ୍ୟ ହୋଇ ଅପରେଶନ କରି ପିଲାଟିକୁ ବାହାର କରିଥିଲେ। ପିଲାଟି ଠିକ୍‌ରେ ବିକଶିତ ହୋଇପାରିନାହିଁ। ତେଣୁ ତାକୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇ ଚିକିତ୍ସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri