କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି। ଆସନ୍ତା ୧୫ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଶୁକ୍ରବାର ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

କେସିଙ୍ଗା ମହାବିଦ୍ୟାଳୟର ସଭାପତି ପଦ ପାଇଁ ତିନୋଟି ପ୍ରମୁଖ ଛାତ୍ର ସଂଗଠନର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏବିଭିପି ପକ୍ଷରୁ ଅଙ୍କିତ ପାଠକ, ବିଜେଡି ପକ୍ଷରୁ ଅନୁଭବ ପଟ୍ଟନାୟକ ଏବଂ କଂଗ୍ରେସ ପକ୍ଷରୁ ବିନିତା ମାଝୀ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସ୍ଥାନୀୟ ତହସିଲଦାର ପ୍ରଶାନ୍ତି ପ୍ରଧାନ ଏବଂ କେସିଙ୍ଗା ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳଙ୍କ ଉପସ୍ଥିତିରେ ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରାର୍ଥୀମାନେ କଲେଜର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନକୁ ମୁଖ୍ୟ ପ୍ରସଙ୍ଗ କରି ଭୋଟ ଭିକ୍ଷା କରିବେ ବୋଲି ପ୍ରକାଶ କରିଛନ୍ତି।

କେସିଙ୍ଗା ମହାବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାର ସହ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି।

 

Dharitri – Odisha’s No.1 Odia Daily

Share