‘ମୋ ଗୋଡରୁ ୩ ଗୁଳି ବାହାରିଛି’

ଇସଲାମାବାଦ୍‌,୮।୧୦: ଗୁଜରାନୱାଲାରେ ଏକ ରାଜନୈତିକ ସମାବେଶରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି କରାଯାଇଥିଲା। ଏହି ଗୁଳିକାଣ୍ଡରେ ତାଙ୍କ ଡାହାଣ ଗୋଡରୁ ତିନିଟି ଗୁଳି କଢାଯାଇଛି। ଲାହୋରର ଜମାନ ପାର୍କରେ ଥିବା ତାଙ୍କ ବାସଭବନରୁର ବେକି ଆଣ୍ଡରସନଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର ସମୟରେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ ଇମ୍ରାନ ଏହି ଦାବି କରିଛନ୍ତି।
ସେ କହିଛନ୍ତି, ମୋର ଡାହାଣ ଗୋଡରୁ ତିନୋଟି ଗୁଳି ବାହାରିଥିଲା। ମନେରଖ, ସାଢେ ତିନି ବର୍ଷ ମୁଁ କ୍ଷମତାରେ ଥିଲି। ଗୁପ୍ତଚର ଏଜେନ୍ସି, ବିଭିନ୍ନ ଏଜେନ୍ସି ସହିତ ମୋର ସମ୍ପର୍କ ଅଛି। କିଏ ଏହି ହତ୍ୟାକାଣ୍ଡର ଷଡଯନ୍ତ୍ର କରିଛି ଏ ବିଷୟରେ ଗୁପ୍ତଚର ଏଜେନ୍ସି ଠାରୁ ମୁଁ ସୂଚନା ପାଇଛି।
ଇମ୍ରାନ ଖାନ ଆହୁରି ମଧ୍ୟ ଦାବି କରିଛନ୍ତି, ତାଙ୍କ ବିରୋଧରେ ହୋଇଥିବା ହତ୍ୟା ଷଡଯନ୍ତ୍ର ଦୁଇ ମାସ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିଲା। ମୋତେ ଗାଦିରୁ ହଟାଇ ଦିଆଯିବାପରେ ଏହି ଷଡଯନ୍ତ୍ର ଆରମ୍ଭ ହୋଇଥିଲା। ବର୍ତ୍ତମାନର ସରକାର ତାଙ୍କ ଉପରେ ଆକ୍ରମଣ ଯୋଜନା କରିଛନ୍ତି। ଏହା ଏକ ଯୋଜନାବଦ୍ଧ ହତ୍ୟା ଉଦ୍ୟମ ଥିଲା।
ସୂଚନାଯୋଗ୍ୟ, ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ କାରଣରୁ ଗତ ସପ୍ତାହରେ ସ୍ଥଗିତ ରଖାଯାଇଥିବା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଲଙ୍ଗ ମାର୍ଚ୍ଚ ଗୁରୁବାରଠାରୁ ପୁଣି ଆରମ୍ଭ ହେବ।

Share