Categories: ଜାତୀୟ

ତପୋବନ ଟନେଲରୁ ୩ ମୃତଦେହ ଜବତ, ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି ପାଇଲା

ଚାମୋଲି,୧୫।୨: ସୋମବାର ଉଦ୍ଧାରକାର୍ଯ୍ୟ ବେଳେ ତପୋବନ ଟନେଲ ଭିତରୁ ପୁଣି ୩ଜଣଙ୍କ ମୃତଦେହ ଜବତ କରାଯାଇଛି। ଏହାକୁ ମିଶାଇ ବିପର୍ଯ୍ୟୟ ଜନିତ ମୃତ୍ୟୁସଂଖ୍ୟା ୫୪କୁ ବୃଦ୍ଧି ପାଇଛି। ଜଳବିଦ୍ୟୁତ୍‌ ପ୍ରକଳ୍ପ ର୍ନିମାଣସ୍ଥଳୀ ରାଇନି ଗାଁ ଏବଂ ତପୋବନ ଟନେଲ ମଧ୍ୟରୁ ୧୫ଜଣଙ୍କ ମୃତଦେହ ଉଦ୍ଧାର କରାଗଲାଣି। ରାଇନି ଗାଁରୁ ୭ଜଣ ଏବଂ ତପୋବନ ଟନେଲ ମଧ୍ୟରୁ ୮ଜଣଙ୍କ ମୃତଦେହ ଜବତ କରାଯାଇଛି। ହିମସ୍ଖଳନ ଯୋଗୁ ଆସିଥିବା ବନ୍ୟାରେ ପ୍ରାୟ ୧୭୯ଜଣ ବ୍ୟକ୍ତି ନିଖୋଜ ଥିବା ଜଣାପଡିଛି।

Share