Categories: ଜାତୀୟ

ଭାଜପା ନେତାଙ୍କୁ ହତ୍ୟା

ରାୟପୁର,୧୨।୨: ନକ୍ସଲମାନେ ପୁଣିଥରେ ଛତିଶଗଡରେ ଜଣେ ଭାଜପା ନେତାଙ୍କୁ ହତ୍ୟା କରିଛନ୍ତି। ଦାନ୍ତେୱାଡା ଜିଲାରେ ନକ୍ସଲମାନେ ପୂର୍ବତନ ସରପଞ୍ଚଙ୍କ ଗଳା କାଟି ହତ୍ୟା କରିଛନ୍ତି। ୟନକ୍ସଲମାନେ ତାଙ୍କୁ ଅନେକ ଦିନ ଧରି ଧମକ ଦେଉଥିଲେ। ହତ୍ୟା ପରେ ନକ୍ସଲମାନେ ମଧ୍ୟ ଏକ ଚିଠି ମଧ୍ୟ ଛାଡିଯାଇଛନ୍ତି। ଏଥିରେ ପୋଲିସ ସୂଚନାଦାତା ଏବଂ ଟଙ୍କା ନ ଦେବାକୁ ନେଇ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି। ମୃତକ ଜଣଙ୍କ ପୂର୍ବତନ ସରପଞ୍ଚ ଭାଜପାର ମଣ୍ଡଳ କାର୍ଯ୍ୟ କମିଟିର ସଦସ୍ୟ ଥିଲେ। ଗତ ସାତ ଦିନ ମଧ୍ୟରେ ବସ୍ତରରେ ମାଓବାଦୀମାନେ ତିନି ଜଣ ଭାଜପା ନେତାଙ୍କୁ ହତ୍ୟା କରିଛନ୍ତି। ଏହି ମାମଲା ବାରସୁର ପୋଲିସ ଷ୍ଟେଶନ ଅଞ୍ଚଳରେ ଘଟିଛି।

Share