ଛୁରାମାଡ ଘଟଣାରେ ୩ ଗିରଫ

ପୁରୀ ଅଫିସ,୨୫।୫: ପୁରୀରେ ଛୁରାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ବୁଧବାର ପୋଲିସ ଗିରଫ କରିଛି । ସେମାନେ ହେଲେ ଗୋଖା ସାହିର ଦୁପୁନା ବେହେରା, ବିଭୁନା ଭୋଇ ଓ ଶିବୁନା ପାତ୍ର । ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାନୁସାରେ, ମଙ୍ଗଳବାର ସାରେ ବଡଦାଣ୍ଡ ମାଉସୀ ମା’ ମନ୍ଦିର ସମ୍ମୁଖରେ ଛୁରାମାଡରେ ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଯୁବକ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।