ଜଙ୍ଗଲରେ ନିଆଁ ଲଗାଇ ଶିକାର ବେଳେ ୩ ଗିରଫ

ତେଲକୋଇ,୫।୩: କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ୍‌ ଝାରବେଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ବେଳେ ବନ ବିଭାଗ ୩ଜଣ ଶିକାରୀଙ୍କୁ ଗିରଫ କରିଛି। ବନ କର୍ମଚାରୀ ତାଙ୍କଠାରୁ ଧନୁତୀର ଜବତ କରିଛନ୍ତି। ଶୁକ୍ରବାର ସେମାନଙ୍କ ଡାକ୍ତରୀ ପରୀକ୍ଷା ପରେ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସେମାନେ ହେଲେ ଯୁଗଳ ଯୁଆଙ୍ଗ, ଗୋବର୍ଦ୍ଧନ ଯୁଆଙ୍ଗ ଓ ରାଜୁ ଯୁଆଙ୍ଗ। ବନ୍ୟଜନ୍ତୁ ଶିକାର କରିବା ପାଇଁ ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଉଥିବା ଯୋଗୁ ବିଭିନ୍ନ ସ୍ଥାନରେ ନିଆଁ ବ୍ୟାପିବାରେ ଲାଗିଛି।