Categories: ଜାତୀୟ

ଗୋଟିଏ ସମୟରେ ୩ଟି ବିମାନ ଦୁର୍ଘଟଣାଗ୍ରସ୍ତ, ଭରତପୁରରେ ଚାଟାର୍ଡ ପ୍ଲେନ, ମୋରେନାରେ ସୁଖୋଇ-ମିରାଜ ହରାଇଲା ନିୟନ୍ତ୍ରଣ

ଭୋପାଳ/ଜୟପୁର,୨୮ ।୧: ମଧ୍ୟପ୍ରଦେଶର ମୋରେନା ଜିଲାରେ ଶନିବାର ସକାଳେ ସୁଖୋଇ-୩୦ ଓ ମିରାଜ ୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ରହିଛି । ଅନ୍ୟପଟେ ରାଜସ୍ଥାନର ଭରତପୁର ସହରରେ ଏକ ଚାଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବ ସୂଚନା ମିଳିଛି । ସୂଚନା ମିଳିବା ପରେ ପୋଲିସ ଓ ପ୍ରଶାସନର ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଜିଲା କଲେକ୍ଟର ଆଲୋକ ରଞ୍ଜନ ନିଜେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ସୁଖୋଇ-୩୦ରେ ଦୁଇଜଣ ପାଇଲଟ ଥିଲେ ଓ ମିରାଜ ୨୦୦୦ରେ ଜଣେ ପାଇଲଟ ଥିଲେ । ଏହି ଦୁର୍ଘଟଣା ଦୁଇଟି ଯାକ ବିମାନ ମଧ୍ୟରେ ଆକାଶମାର୍ଗରେ ହୋଇଛି କି ନା ତାହା ଜଣାପଡିନାହିଁ । ଏ ସମ୍ପର୍କରେ ଜାଣିବା ପାଇଁ ଇଣ୍ଡିଆନ ଏୟାର ଫୋର୍ସ କୋର୍ଟ ଅଫ ଇନକ୍ୱାରୀ ଆରମ୍ଭ କରାଯାଇଛି । ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ପାଇଲଟ ୨ ଜଣ ସୁରକ୍ଷିତ ରହିଛନ୍ତି । ଆଉ ଏକ ଆଇଏଏଫ୍ ହେଲିକପ୍ଟର ତୃତୀୟ ପାଇଲଟଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି । ତେବେ ପାଇଲଟ କୌଶଳ କ୍ରମେ ଜଙ୍ଗଲରେ ବିମାନଙ୍କୁ କ୍ରାସ କରାଇଛନ୍ତି ।

Share