ତିନି ଚୁକ୍ତି

ଫେବୃଆରୀ ୨୦୧୮ରେ ଟ୍ରମ୍ପ ପ୍ରଶାସନ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଆମେରିକାର ରଣନୀତିକ ରୂପରେଖ ପ୍ରସ୍ତୁତ କରିଥିଲା। ଜାନୁଆରୀ ୨୦୨୧ରେ ସର୍ବସାଧାରଣରେ ପ୍ରକାଶ ପାଇଥିବା ଏ ସଂକ୍ରାନ୍ତୀୟ ରିପୋର୍ଟରେ କୁହାଯାଇଥିଲା ଯେ, ଚାଇନାର ନୂଆ ତଥା ଉଦାରବାଦୀ ପ୍ରଭୁତ୍ୱକୁ ରୋକିବା ଲାଗି ରଣନୀତିକ ପ୍ରାଥମିକତା ବଜାୟ ରଖିବା ଆମେରିକାର ଉଦ୍ଦେଶ୍ୟ। ଚାଇନାର ଉତ୍‌ଥାନ ଆଞ୍ଚଳିକ ସ୍ତରରେ ପରିବର୍ତ୍ତନ ଆଣିବ ଏବଂ ବିଶ୍ୱସ୍ତରରେ ଆମେରିକାର ପ୍ରଭାବ ପ୍ରତି ଆହ୍ବାନ ସୃଷ୍ଟି କରିବ। ଶେଷରେ କୁହାଯାଇଛି, ଏକ ଦୃଢ଼ ଭାରତ ତା’ଭଳି ଦେଶଗୁଡ଼ିକର ସହଯୋଗରେ ଚାଇନାକୁ ମୁକାବିଲା କରିବ। ଏଥିପାଇଁ ଆମେରିକା ସୁରକ୍ଷା ପ୍ରସଙ୍ଗରେ ଭାରତକୁ ଭାଗୀଦାରି କରିବାକୁ ଲକ୍ଷ୍ୟ ରଖିଥିଲା ଏବଂ ଚାଇନାର ପ୍ରଭାବକୁ ପ୍ରତିହତ କରି ସାମୁଦ୍ରିକ ସୁରକ୍ଷା ବଜାୟ ରଖିବାକୁ ଚାହଁୁଥିଲା। ଆମେରିକାର ଲକ୍ଷ୍ୟ ଥିଲା ଚାଇନା ବିରୋଧରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକାକୁ ନେଇ ଚତୁଃରାଷ୍ଟ୍ରୀୟ ସାମରିକ ମେଣ୍ଟ କ୍ୱାଡ ଗଠନକରିବା। ଏହି ଯୋଜନା ଭାରତକୁ ଏକ ପ୍ରମୁଖ ପ୍ରତିରକ୍ଷା ଭାଗୀଦାରି କରିବ ଏବଂ ଶକ୍ତିଶାଳୀ ଭାରତୀୟ ସେନା ଆମେରିକା ସହଯୋଗରେ ଚାଇନାର ମିଲିଟାରିର କ୍ଷମତାକୁ ରୋକିବ ବୋଲି ମନେକରିଥିଲା। ତେବେ କାହିଁକି ଏଥିରେ ସ୍ବାକ୍ଷର କରୁଥିଲା ତାହା ସ୍ପଷ୍ଟ ହେଉନାହିଁ। ପାର୍ଲାମେଣ୍ଟରେ କୌଣସି ଆଲୋଚନା ନ କରି, ମିଡିଆକୁ କୌଣସି ବିବୃତି ନ ଦେଇ କିମ୍ବା କୌଣସି ସାମ୍ବାଦିକ ସମ୍ମିଳନୀ କିମ୍ବା ଇସ୍ତାହାରରେ ଏ ବିଷୟରେ କିଛି ଉଲ୍ଲେଖ ନ କରି ମୋଦି ଆମେରିକା ସହ ଏହି ରଣନୀତିକ ଭାଗୀଦାରି ଏବଂ ସାମରିକ ମେଣ୍ଟ ଭିତରକୁ ଧୀରେ ଧୀରେ ପ୍ରବେଶ କରିବା ଆରମ୍ଭ କଲେ। ଫେବୃଆରୀ ୨୦୨୦ରେ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଏବଂ ଲଦାଖ ସଙ୍କଟ ଆରମ୍ଭ ହେବାର କିଛିଦିନ ପୂର୍ବରୁ ଚାଇନା ବିରୋଧରେ ବୁଝାମଣା କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ୨୭ ଅକ୍ଟୋବର ୨୦୨୦ରେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପୋମ୍ପେଓଙ୍କ ଭାରତ ଗସ୍ତବେଳେ ବେସିକ ଏକ୍ସଚେଞ୍ଜ ଆଣ୍ଡ୍‌ କୋଅପରେଶନ ଏଗ୍ରିମେଣ୍ଟ(ବିଇସିଏ)ରେ ଭାରତ ସ୍ବାକ୍ଷର କରିଥିଲା। ଭାରତୀୟ ସେନାର କ୍ଷେପଣାସ୍ତ୍ର ଓ ସଶସ୍ତ୍ର ଡ୍ରୋନ୍‌ର ଲକ୍ଷ୍ୟଭେଦ କ୍ଷମତାରେ ଉନ୍ନତି ଆଣିବା ଲାଗି ଆମେରିକାର ଜ୍ଞାନକୌଶଳ ପାଇବା ପାଇଁ ଏହି ଚୁକ୍ତି ହୋଇଥିଲା। ଦ୍ୱିତୀୟରେ କରାଯାଇଥିବା ଲଜିଷ୍ଟିକ ଏକ୍ସଚେଞ୍ଜ ମେମୋରାଣ୍ଡମ୍‌ ଅଫ୍‌ ଏଗ୍ରିମେଣ୍ଟ (ଏଲ୍‌ଇଏମ୍‌ଓଏ) ଚୁକ୍ତି ଦୁଇ ଦେଶ ପରସ୍ପରର ଘାଟିଗୁଡ଼ିକର ଉନ୍ନତି ସହ ବିମାନ ଘାଟି, ବନ୍ଦରରୁ ସ୍ପେୟାର ପାଟର୍‌ସ ଓ ସେବା ଯୋଗାଇଦେବାକୁ ଅନୁମତି ଦିଏ। ଦିଲ୍ଲୀରେ ବିଇସିଏ ଚୁକ୍ତି ସ୍ବାକ୍ଷର କରି ପୋମ୍ପେଓ ସିଧାସଳଖ ଚାଇନାକୁ ଆକ୍ରମଣ କରିଥିଲେ। କେବଳ ଚାଇନା ସୃଷ୍ଟି କରୁଥିବା ବିପଦ ନୁହେଁ, ବରଂ ସବୁ ପ୍ରକାର ସଙ୍କଟର ମୁକାବିଲା କରିବା ସକାଶେ ସହଯୋଗକୁ ଦୃଢ଼ କରିବା ଲାଗି ଆମେରିକା ଓ ଭାରତ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ। ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ଏସ୍‌ପର କହିଥିଲେ, ଚାଇନା ଦ୍ୱାରା ବଢୁଥିବା ଉତ୍ତେଜନା ଓ ଅସ୍ଥିରତା ସୃଷ୍ଟି କରିବା ଭଳି କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ସମସ୍ତଙ୍କ ପାଇଁ ଏକ ମୁକ୍ତ ଓ ଅବାଧ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିଶ୍ଚିତ କରିବା ନିମନ୍ତେ ଆମେ କାନ୍ଧକୁ କାନ୍ଧ ମିଳାଇଛୁ। କିନ୍ତୁ ପୋମ୍ପେଓ ଓ ଏସ୍‌ପରଙ୍କ କଡ଼କୁ ଠିଆ ହୋଇଥିବା ରାଜନାଥ ସିଂ ଓ ଏସ୍‌ ଜୟଶଙ୍କର ଚାଇନା ନଁା ଧରି ନ ଥିଲେ। ଆମେରିକୀୟମାନେ ଚୁକ୍ତିକୁ ପ୍ରକାଶ କରିଦେବା ପରେ ଚାଇନା କହିଲା, ”ଆମେରିକା ସବୁବେଳେ ଅନ୍ୟକୁ ଅସୁବିଧାରେ ପକାଇବା ଲାଗି ଗୋଷ୍ଠୀ ଗଢ଼ିବା ଏବଂ ଦେଶ-ଦେଶ ମଧ୍ୟରେ ଥିବା ସୁସମ୍ପର୍କକୁ ଭାଙ୍ଗିଦେବା ଭଳି ଘୃଣିତ କାମ କରୁଛି। ଏଭଳି କାର୍ଯ୍ୟ ତାହାକୁ ଏକ ସମସ୍ୟା ସୃଷ୍ଟିକାରୀ ଦେଶ ଭାବେ ପ୍ରତିପାଦିତ କରିଛି, ଯିଏ ଆଞ୍ଚଳିକ ଶାନ୍ତି, ସ୍ଥିରତା, ଏକତା ଓ ସହଯୋଗକୁ ଦୁର୍ବଳ କରିଚାଲିଛି।“ ଆମେରିକା ଚୁକ୍ତିକୁ ପ୍ରକାଶ କରିବା ପରେ ଭାରତ ସାର୍ବଜନୀନ ସ୍ତରରେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ନ ଥିଲା।
ତୃତୀୟ ଚୁକ୍ତି ଭାବେ କମ୍ୟୁନିକେଶନ୍ସ କମ୍ପାଟିବିଲିଟି ଆଣ୍ଡ୍‌ ସିକ୍ୟୁରିଟି ଏଗ୍ରିମେଣ୍ଟ (ସିଓଏମ୍‌ସିଏଏସ୍‌ଏ) କରାଯାଇଥିଲା। ଏଥିରେ ଭାରତ ସୁରକ୍ଷିତ ସଂଚାର ଉପକରଣ ଏବଂ ତା’ ସହିତ ଜଡ଼ିତ ବ୍ୟବସ୍ଥା ପାଇବାର ପ୍ରାବଧାନ ରହିଥିଲା, ଯେଉଁଥିରେ ଭାରତ ଓ ଆମେରିକାର ମିଲିଟାରି କମାଣ୍ଡରମାନେ ଏବଂ ଦୁଇ ଦେଶର ବିମାନ ଓ ଜାହାଜ ସୁରକ୍ଷିତ ନେଟଓ୍ବର୍କ ମାଧ୍ୟମରେ ଯୋଗାଯୋଗ କରିପାରିବେ। ସିଓଏମ୍‌ସିଏଏସ୍‌ଏ ସେପ୍ଟେମ୍ବର ୨୦୧୮ରେ ସ୍ବାକ୍ଷରିତ ହୋଇଥିଲା ଏବଂ ଏହାର ୫ ମାସ ପରେ ମୋଦି ଶି ଜିନ୍‌ପିଙ୍ଗ୍‌ଙ୍କୁ ସାକ୍ଷାତ କରିବା ପାଇଁ ଉହାନ ଯାଇଥିଲେ। ୨୮ ଏପ୍ରିଲ ୨୦୧୮ରେ ମୋଦି ଓ ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଚାଇନା ଓ ଭାରତ ପରସ୍ପରର ଶତ୍ରୁ ନ ହୋଇ ସହଯୋଗ କରିବେ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶକୁ ଆଗକୁ ବଢ଼ାଇବେ ବୋଲି ସେଥିରେ ସୂଚିତ କରାଯାଇଥିଲା। ଜିନ୍‌ପିଙ୍ଗ୍‌ଙ୍କ ସହ ହାତ ମିଳାଇବା ବେଳେ ମୋଦି ମଧ୍ୟ ଟ୍ରମ୍ପଙ୍କ ଭାରତ- ପ୍ରଶାନ୍ତ ମହାସାଗରୀୟ ରଣନୀତିକୁ ସମର୍ଥନ କରୁଥିଲେ। ପରେ ଚାଇନା ଲଦାଖ ସୀମାରେ ତାହାର ସକ୍ରିୟତା ପ୍ରକାଶ କରିଥିଲା, ଯେପରିକି ଭାରତର ସେନା ସମୁଦ୍ରରେ ଧ୍ୟାନ ନ ଦେଇ ସ୍ଥଳ ଭାଗରେ ଅଧିକ ଧ୍ୟାନ ଦେବ ଓ ତାହାର ସମ୍ବଳକୁ ଖଟାଇବ। ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଏମ୍‌. କେ. ନାରାୟଣନ ଲଦାଖରେ ସୈନ୍ୟଙ୍କ ମୃତ୍ୟୁ ହେବାରୁ ସେହି ଦିନ ଲେଖିଥିଲେ ଏବଂ ସତର୍କ କରି କହିଥିଲେ, ଚାଇନାକୁ ରୋକିବା ଲାଗି ଗଢ଼ାଯାଇଥିବା ଏକ ସାମରିକ ମେଣ୍ଟର ଆଗରେ ରହିବା ଏବେ ଭାରତ ପାଇଁ ଉପଯୁକ୍ତ ସମୟ ନୁହେଁ। ସେ ମଧ୍ୟ କହିଥିଲେ, ପ୍ରାୟ ସବୁ ଭାରତ- ଚାଇନା ସୀମା ସମ୍ପର୍କିତ ଚୁକ୍ତି ଉଭୟ ଦେଶର ନିଷ୍ପକ୍ଷତା ଉପରେ ଆଧାରିତ। ଚାଇନା ଓ ଭାରତ ମଧ୍ୟରେ ସୀମାକୁ ନେଇ ୨୦୦୫ରେ ହୋଇଥିବା ଚୁକ୍ତି ନିଷ୍ପକ୍ଷତାର ବାସ୍ତବତାକୁ ପ୍ରକାଶ କରେ। ଅତୀତରେ କାହିଁକି ସ୍ତମ୍ଭକାରମାନେ ଏହି ବିଷୟକୁ ଉପସ୍ଥାପନ କରିଆସୁଛନ୍ତି? କାରଣ, ଚଳିତ ମାସର ଘଟଣାଗୁଡ଼ିକରୁ ଜଣାପଡ଼ୁଛି ସେମାନେ କେବଳ ଠିକ୍‌ କହୁ ନାହାନ୍ତି ବରଂ ଏବେ ଭାରତ କାହିଁକି ଦ୍ୱନ୍ଦ୍ୱ ଓ ଏକୁଟିଆ ସ୍ଥିତିରେ ନିଜକୁ ଦେଖୁଛି ତାହାର ଗୁରୁତ୍ୱକୁ ସେମାନେ ଭଲ ଭାବେ ବୁଝିଛନ୍ତି। ବିଶେଷକରି ଏହି ସରକାରରେ ଭାରତର ସବୁ ପଦକ୍ଷେପ ୧୯୯୩ର ଚୁକ୍ତିକୁ ବିଗାଡ଼ି ଦେଇଛି ଏବଂ ଚାଇନାକୁ ବିକଳ୍ପ ପନ୍ଥା ଗ୍ରହଣ କରିବା ଲାଗି ସୁଯୋଗ ଦେଇଛି। ସ୍ବାକ୍ଷର କରାଯାଇଥିବା ଚୁକ୍ତିଗୁଡ଼ିକର ପବିତ୍ରତା ଓ ମହତ୍ତ୍ୱ, ଔପଚାରିକତା ଓ ଅନୌପଚାରିକତା ବିଷୟରେ ଏହି ସରକାର ବୁଝିଥିବା ଭଳି ମନେହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri