Categories: ଜାତୀୟ

ହରିଦ୍ୱାର-ରୁରକି ସମେତ ୬ ରେଲୱେ ଷ୍ଟେଶନକୁ ଉଡାଇ ଦେବାକୁ ଧମକ

ରୁରକି,୯ ।୫: ରୁରକି ରେଲୱେ ଷ୍ଟେଶନର ଅଧିକ୍ଷକଙ୍କୁ ଏକ ଧମକପୂର୍ଣ୍ଣ ପତ୍ର ମିଳିଛି । ଯେଉଁଥିରେ ୨୧ ମେ’କୁ ଲସ୍କର, ନାଜିବାବାଦ, ଡେରାଡୁନ, ରୁରକି, ରିଷିକେଶ, ହରିଦ୍ୱାର ରେଲୱେ ଷ୍ଟେଶନ ସମେତ ଆଉ କିଛି ଷ୍ଟେଶନ ବ୍ୟତୀତ ହରିଦ୍ୱାର ଓ ଅନ୍ୟାନ୍ୟ ଧାର୍ମିକ ସ୍ଥଳକୁ ବୋମା ପକାଇ ଉଡାଇ ଦେବାର ଧମକ ଦିଆଯାଇଛି । ପତ୍ର ପଠାଇଥିବା ନିଜକୁ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ଏରିଆ କମାଣ୍ଡର ବୋଲି କହିଛି ।
କୁହାଯାଉଛି କି ପତ୍ରରେ ଟାର୍ଗେଟର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନାମ ବି ରହିଛି । ଏହି ପତ୍ର ମିଳିବା ପରେ ହରିଦ୍ୱାରରୁ ନଜିବାବାଦ ପର୍ଯ୍ୟନ୍ତ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ପୋଲିସ ପତ୍ର ପଠାଇଥିବା ବ୍ୟକ୍ତିକୁ ଖୋଜିବାରେ ଲାଗିଛି । ଏହାସହ ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ ରେଲୱେ ଷ୍ଟେଶନରେ ସୁରକ୍ଷା ବଢାଇ ଦିଆଯାଇଛି ।

Share