ଖଡ଼ିଆଳ,୩୧ା୮(ସୁଜିତ୍ କୁମାର ପ୍ରଧାନ): ନୂଆପଡ଼ା ଜିଲା କୋମନା ଥାନା ଦେଓଦରା ଗାଁରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତୀର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
କୋମନା ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ଦେଓଦରା ଗାଁରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବୋଡେନ୍ ଥାନା ଅଧିନସ୍ଥ ଭୂଇପାଣି ଗାଁର ନରେଶ ପହଁରିଆ ୬୫ ଦେଓଦର ଗାଁକୁ ଆସି ଗାଁର ମଦନ ମୋହନ ଦୀପଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଗାଳିଗୁଳଜ କରୁଥିଲେ। ଗ୍ରାମବାସୀ ଭୟଭୀତ ହୋଇ କୋମନା ପୋଲିସକୁ ଖବର ଦେଇଥିଲେ। କୋମନା ଥାନା ଏସ୍ଆଇ କୁଳମଣି ଗୁର୍ଦା ସହ ପୋଲିସ ଟିମ୍ ଦେଓଦରା ଗାଁରେ ପହଞ୍ଚି ନରେଶ ପହଁରିଆଙ୍କୁ ଧରିବା ସହ ତାଙ୍କଠାରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତୀର ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।


