ତାଇଓ୍ବାନକୁ ଡରାଇଲେ ସାରା ପୃଥିବୀ ହେବ ପ୍ରଭାବିତ: ଚାଇନାକୁ ଆମେରିକାର ଚେତାବନୀ…

ଓ୍ବାଶିଂଟନ,୨୧।୧ : ତାଇୱାନ ଏବଂ ଚାଇନେ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଚାଇନା କ୍ରମାଗତ ଭାବରେ ତାଇୱାନକୁ ଧମକ ଦେଉଛି। ଏନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର ଚାଇନା ପ୍ରତିପକ୍ଷ ଶି ଜିନପିଙ୍ଗ ପ୍ରଶାସନକୁ ଚେତାବନୀ ଦେଇଛି। ଆମେରିକା କହିଛି ଯେ, ତାଇଓ୍ବାନକୁ ଡରାଇଲେ ସାରା ପୃଥିବୀ ପ୍ରଭାବିତ ହେବ। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ତାଇୱାନର ସ୍ଥିତିକୁ ପରିବର୍ତ୍ତନ ନ କରିବାକୁ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି ଯେ ତାଇୱାନକୁ ଉତ୍ତେଜିତ କରିବାକୁ ଚେଷ୍ଟା କର ନାହିଁ, ନଚେତ ଏହାର ପ୍ରଭାବ କିଛି ଭଲ ହେବ ନାହିଁ।

ସିକାଗୋ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଅଫ ପଲିଟିକ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡେଭିଡ ଆକ୍ସେଲ୍ରୋଡଙ୍କ ସହ ଏକ ବାର୍ତ୍ତାଳାପରେ ବ୍ଲିଙ୍କେନ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ତାଇୱାନ ଉପରେ ଚାଇନା ସାମରିକ ଏବଂ ଅର୍ଥନୈତିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି ଯେ ତାଇୱାନରେ ଗତ କିଛି ବର୍ଷ ମଧ୍ୟରେ ଆମେ ଯାହା ଦେଖିଛୁ, ମୁଁ ଭାବୁଛି ଚାଇନା ଏପରି ନିଷ୍ପତ୍ତି ନେଇଛି ଯେ ଏହି ସ୍ଥିତି ଜାରି ରଖିବାକୁ ଚାହୁଁନାହିଁ। ଏହି ସ୍ଥିତି ଯାହାକି ଦଶନ୍ଧି ଧରି ଚାଲିଆସୁଥିଲା ଏବଂ ଏହା ପ୍ରକୃତରେ ସଫଳ ହୋଇଛି କାରଣ ଏହା ବିଶ୍ୱର ଅନ୍ୟ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରୁଛି। ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ସ୍ଥିତି ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ।

Share