ମୁକେଶ ଅମ୍ବାନୀ-ଅମିତାଭ-ଧର୍ମେନ୍ଦ୍ରଙ୍କ ଘର ଉଡ଼ାଇ ଦେବାକୁ ମିଳିଲା ଧମକ: ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୧।୩: ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଘର ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର କେହି ଜଣେ ମହାରାଷ୍ଟ୍ରର ନାଗପୁର ପୋଲିସକୁ ଫୋନ୍‌ କରି ଏହି ଧମକ ଦେଇଥିବା ଜଣାପଡ଼ିଛି। ଏହି ଅଘଟଣ ପାଇଁ ଅସ୍ତ୍ରଶସ୍ତ୍ର ଧରି ୨୫ଜଣ ମୁମ୍ବାଇର ଦାଦରରେ ପହଞ୍ଚିଥିବା ସେ ପୋଲିସକୁ କହିଥିଲେ। ଏହାପରେ ନାଗପୁର ପୋଲିସ ତୁରନ୍ତ ମୁମ୍ବାଇ ପୋଲିସକୁ ଏନେଇ ସୂଚନା ଦେଇଥିଲା। ଅନ୍ୟପଟେ ବୋମା ନିଷ୍କ୍ରିୟକାରୀ ଟିମ୍‌କୁ ଅମିତାଭ, ଅମ୍ବାନୀ ଏବଂ ଧର୍ମେନ୍ଦ୍ରଙ୍କ ଘର ନିକଟକୁ ପଠାଯାଇଥିଲା। କିନ୍ତୁ କିଛି ସନ୍ଦିଗ୍ଧ ଜିନିଷ ମିଳି ନ ଥିଲା। ଏଥିସହ ମୁମ୍ବାଇ ପୋଲିସ ପକ୍ଷରୁ ସେମାନଙ୍କ ଘର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share