ମୁଜାଗଡ଼ ରେଞ୍ଜ ହାତୀ କରିଡରରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ

ଭଞ୍ଜନଗର,୨୨।୯(ଡି.ଏନ.ଏ): ଗଞ୍ଜାମ ଜିଲାରେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ୪୨ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ସେଥିମଧ୍ୟରୁ କେବଳ ବିଦ୍ୟୁତ୍‌ ଆଘାତରେ ୧୪ଟି ହାତୀ ମୃତ୍ୟୁ ଘଟିଛି। ଶିକାରୀମାନେ ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲ ରାସ୍ତା ଦେଇ ଯାଇଥିବା ବିଦ୍ୟୁତ୍‌ ତାରରେ ହୁକିଂ କରୁଛନ୍ତି। ସେଥିରେ ଲାଗି ହାତୀ ମୃତ୍ୟୁ ଘଟୁଛି। ସେହିପରି କେତେକ ସ୍ଥାନରେ ଜଙ୍ଗଲ ମଧ୍ୟରେ କମ୍‌ ଉଚ୍ଚତାରେ ବିଦ୍ୟୁତ୍‌ ତାର ଓହଳି ରହୁଥିବା ଯୋଗୁ ତାହା ସଂସ୍ପର୍ଶରେ ଆସି ମଧ୍ୟ ହାତୀଙ୍କ ଜୀବନ ଯାଉଛି।

ବିଦ୍ୟୁତ୍‌ ଆଘାତରେ ୨୦୧୨ ଡିସେମ୍ବରରେ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜରେ ୨, ଏହାପୂର୍ବରୁ ସେହିବର୍ଷ ଅକ୍ଟୋବରରେ ଗାଲେରି ରେଞ୍ଜରେ ୨ଟି ହାତୀଙ୍କ ଜୀବନ ଯାଇଥିଲା। ସେହିପରି ବିଦ୍ୟୁତ୍‌ ୨୦୧୮ ଡିସେମ୍ବରରେ ତାରସିଂ ରେଞ୍ଜରେ ଗୋଟିଏ, କେନ୍ଦ୍ରୀୟ ବନାଞ୍ଚଳରେ ୨୦୨୧ ଜୁନରେ ଗୋଟିଏ ହାତୀର ଜୀବନ ନେଇଛି। ଅନ୍ୟପକ୍ଷରେ ଗତ ଜୁଲାଇ ୨୦ରେ ଜଗନ୍ନାଥପ୍ରସାଦ ରେଞ୍ଜରେ ମଧ୍ୟ ବିଦ୍ୟୁତ୍‌ ଆଘାତରେ ଗୋଟିଏ ଦନ୍ତାହାତୀ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବ୍ରହ୍ମପୁର ବନଖଣ୍ଡ ଖଲ୍ଲିକୋଟ ରେଞ୍ଜରେ ୨୦୧୨ ଅକ୍ଟୋବରରେ ୨ଟି ଏବଂ ୨୦୧୩ ଅଗଷ୍ଟରେ ରମ୍ଭାରେ ଗୋଟିଏ ହାତୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମରିଛି। ଏହି ସମୟ ମଧ୍ୟରେ ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜରେ ବିଦ୍ୟୁତ୍‌ ଆଘାତରେ ୪ଟି ହାତୀଙ୍କ ଜୀବନ ଯାଇଛି। ଅର୍ଥରେ ଜଙ୍ଗଲ ଅଚଂଳରେ ବିଦ୍ୟୁତ୍‌ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ପ୍ରକ୍ରିୟା ଚାଲିଛି। ସରକାରଙ୍କ ପ୍ରଦତ୍ତ ଅର୍ଥରେ ଜଙ୍ଗଲରେ ଅବ୍ୟବସ୍ଥା ସୁଧାରିବା ପାଇଁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ମଧ୍ୟ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କାମ ଚାଲିଛି । ବର୍ତ୍ତମାନ କେତକ ସ୍ଥାନରେ କାମ ସରିଲାଣି। ହେଲେ ସେଠାରେ ଠିକ୍‌ ଭାବେ କାମ କରାଯାଇ ନ ଥିବାରୁ ଅନେକ ସ୍ଥାନରେ ପୁଣି ବିଦ୍ୟୁତ୍‌ ଖୁଣ୍ଟ ଓ ତାର ବିପଦସଙ୍କୁଳ ଅବସ୍ଥାରେ ରହିଛି। ମୁଜାଗଡ଼ ରେଞ୍ଜରେ ଏଭଳି ଦେଖିବାକୁ ମିଳିଛି । ଭଞ୍ଜନଗର ମୁଜାଗଡ଼ ଜାତୀୟ ରାଜପଥ କଡ଼କୁ ଲାଗିଥିବା ସଂରକ୍ଷିତ ଜଙ୍ଗଲରେ ଅନେକ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ରାସ୍ତା ଦେଇ ବିଦ୍ୟୁତ୍‌ ଏବଂ ବନ ବିଭାଗର ଅଧିକାରୀମାନେ ଯାତାୟତ କରୁଥିଲେ ମଧ୍ୟ ସେଥିପତି କାହାରି ଦୃଷ୍ଟି ପଡୁନି । ବିପଦସଙ୍କୁଳ ଖୁଣ୍ଟଗୁଡ଼ିକୁ ଠିକ୍‌ ଭାବେ ପୋତିବା ପାଇଁ ପଦକ୍ଷେପ ନିଆଯାଉନାହିଁ । ଉକ୍ତ ଅଞ୍ଚଳଟି ସମ୍ପୂର୍ଣ୍ଣ ହାତୀ କରିଡ଼ର ଭାବେ ପରିଚିତ। ଅଧିକାଂଶ ସମୟରେ ହାତୀ ଉକ୍ତ ରାସ୍ତାରେ ଯାତାୟତ କରିଥାନ୍ତି। ଯଦି ବିଦ୍ୟୁତ୍‌ ଖୁଣ୍ଟକୁ ତୁରନ୍ତ ସଜଡ଼ା ନ ଯାଏ ତେବେ ହାତୀ ବିପଦରେ ପଡ଼ିବା ଆଶଙ୍କା ରହିଛି ।

ଗତ ଜୁଲାଇ ମାସରେ ହୋଇଥିବା ସମନ୍ବୟ ବୈଠକରେ ରେଞ୍ଜସ୍ତରରେ ମାସକୁ ଥରେ ବୈଠକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ତାହା ଠିକ୍‌ ଭାବେ ହେଉନାହିଁ । ଦୁଇ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଭବିଷ୍ୟତରେ ବନ୍ୟଜନ୍ତୁ ବିପଦରେ ପଡ଼ିବା ସମ୍ଭାବନା ରହିଛି । ଏ ନେଇ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଗତ ୬ ତାରିଖରେ ହୋଇଥିବା ସମନ୍ବୟ ବୈଠକରେ ଜଙ୍ଗଲରେ ଯେଉଁଠି ସମସ୍ୟା ଅଛି ତାହାର ସମାଧାନ କରିବା ପାଇଁ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ସେହିପରି ଡିଏଫ୍‌ଓ ସୁଦର୍ଶନ ବେହେରା କହିଛନ୍ତି, ଯଦି କୈଉଁଠି ସମସ୍ୟା ଥିବା ନଜରକୁ ଆସେ ତେବେ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଟାଟା ପାୱାର ନିର୍ବାହୀଯନ୍ତ୍ରୀ ଜଗତଜିତ୍‌ ଦାସ ମହାପାତ୍ର କହିଛନ୍ତି, ଉତ୍ତର ଘୁମୁସର ବନଖଣ୍ଡରେ ଅନେକ କାମ ହୋଇଛି । ବର୍ତମାନ ଜଗନ୍ନାଥପ୍ରସାଦ ଓ ତିଳିସିଙ୍ଗି ବିଦ୍ୟୁତ୍‌ ସେକ୍ସନରେ କାମ ଚାଲିଛି । କେଉଁଠି ଖୁଣ୍ଟ କିମ୍ବା ତାର ବିପଦସଙ୍କୁଳ ଅବସ୍ଥାରେ ଥିବା ନଜରକୁ ଆସିଲେ ତୁରନ୍ତ କାମ କରାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri