ମୁଜାଗଡ଼ ରେଞ୍ଜ ହାତୀ କରିଡରରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ

ଭଞ୍ଜନଗର,୨୨।୯(ଡି.ଏନ.ଏ): ଗଞ୍ଜାମ ଜିଲାରେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ୪୨ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ସେଥିମଧ୍ୟରୁ କେବଳ ବିଦ୍ୟୁତ୍‌ ଆଘାତରେ ୧୪ଟି ହାତୀ ମୃତ୍ୟୁ ଘଟିଛି। ଶିକାରୀମାନେ ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲ ରାସ୍ତା ଦେଇ ଯାଇଥିବା ବିଦ୍ୟୁତ୍‌ ତାରରେ ହୁକିଂ କରୁଛନ୍ତି। ସେଥିରେ ଲାଗି ହାତୀ ମୃତ୍ୟୁ ଘଟୁଛି। ସେହିପରି କେତେକ ସ୍ଥାନରେ ଜଙ୍ଗଲ ମଧ୍ୟରେ କମ୍‌ ଉଚ୍ଚତାରେ ବିଦ୍ୟୁତ୍‌ ତାର ଓହଳି ରହୁଥିବା ଯୋଗୁ ତାହା ସଂସ୍ପର୍ଶରେ ଆସି ମଧ୍ୟ ହାତୀଙ୍କ ଜୀବନ ଯାଉଛି।

ବିଦ୍ୟୁତ୍‌ ଆଘାତରେ ୨୦୧୨ ଡିସେମ୍ବରରେ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜରେ ୨, ଏହାପୂର୍ବରୁ ସେହିବର୍ଷ ଅକ୍ଟୋବରରେ ଗାଲେରି ରେଞ୍ଜରେ ୨ଟି ହାତୀଙ୍କ ଜୀବନ ଯାଇଥିଲା। ସେହିପରି ବିଦ୍ୟୁତ୍‌ ୨୦୧୮ ଡିସେମ୍ବରରେ ତାରସିଂ ରେଞ୍ଜରେ ଗୋଟିଏ, କେନ୍ଦ୍ରୀୟ ବନାଞ୍ଚଳରେ ୨୦୨୧ ଜୁନରେ ଗୋଟିଏ ହାତୀର ଜୀବନ ନେଇଛି। ଅନ୍ୟପକ୍ଷରେ ଗତ ଜୁଲାଇ ୨୦ରେ ଜଗନ୍ନାଥପ୍ରସାଦ ରେଞ୍ଜରେ ମଧ୍ୟ ବିଦ୍ୟୁତ୍‌ ଆଘାତରେ ଗୋଟିଏ ଦନ୍ତାହାତୀ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବ୍ରହ୍ମପୁର ବନଖଣ୍ଡ ଖଲ୍ଲିକୋଟ ରେଞ୍ଜରେ ୨୦୧୨ ଅକ୍ଟୋବରରେ ୨ଟି ଏବଂ ୨୦୧୩ ଅଗଷ୍ଟରେ ରମ୍ଭାରେ ଗୋଟିଏ ହାତୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମରିଛି। ଏହି ସମୟ ମଧ୍ୟରେ ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜରେ ବିଦ୍ୟୁତ୍‌ ଆଘାତରେ ୪ଟି ହାତୀଙ୍କ ଜୀବନ ଯାଇଛି। ଅର୍ଥରେ ଜଙ୍ଗଲ ଅଚଂଳରେ ବିଦ୍ୟୁତ୍‌ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ପ୍ରକ୍ରିୟା ଚାଲିଛି। ସରକାରଙ୍କ ପ୍ରଦତ୍ତ ଅର୍ଥରେ ଜଙ୍ଗଲରେ ଅବ୍ୟବସ୍ଥା ସୁଧାରିବା ପାଇଁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ମଧ୍ୟ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କାମ ଚାଲିଛି । ବର୍ତ୍ତମାନ କେତକ ସ୍ଥାନରେ କାମ ସରିଲାଣି। ହେଲେ ସେଠାରେ ଠିକ୍‌ ଭାବେ କାମ କରାଯାଇ ନ ଥିବାରୁ ଅନେକ ସ୍ଥାନରେ ପୁଣି ବିଦ୍ୟୁତ୍‌ ଖୁଣ୍ଟ ଓ ତାର ବିପଦସଙ୍କୁଳ ଅବସ୍ଥାରେ ରହିଛି। ମୁଜାଗଡ଼ ରେଞ୍ଜରେ ଏଭଳି ଦେଖିବାକୁ ମିଳିଛି । ଭଞ୍ଜନଗର ମୁଜାଗଡ଼ ଜାତୀୟ ରାଜପଥ କଡ଼କୁ ଲାଗିଥିବା ସଂରକ୍ଷିତ ଜଙ୍ଗଲରେ ଅନେକ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ରାସ୍ତା ଦେଇ ବିଦ୍ୟୁତ୍‌ ଏବଂ ବନ ବିଭାଗର ଅଧିକାରୀମାନେ ଯାତାୟତ କରୁଥିଲେ ମଧ୍ୟ ସେଥିପତି କାହାରି ଦୃଷ୍ଟି ପଡୁନି । ବିପଦସଙ୍କୁଳ ଖୁଣ୍ଟଗୁଡ଼ିକୁ ଠିକ୍‌ ଭାବେ ପୋତିବା ପାଇଁ ପଦକ୍ଷେପ ନିଆଯାଉନାହିଁ । ଉକ୍ତ ଅଞ୍ଚଳଟି ସମ୍ପୂର୍ଣ୍ଣ ହାତୀ କରିଡ଼ର ଭାବେ ପରିଚିତ। ଅଧିକାଂଶ ସମୟରେ ହାତୀ ଉକ୍ତ ରାସ୍ତାରେ ଯାତାୟତ କରିଥାନ୍ତି। ଯଦି ବିଦ୍ୟୁତ୍‌ ଖୁଣ୍ଟକୁ ତୁରନ୍ତ ସଜଡ଼ା ନ ଯାଏ ତେବେ ହାତୀ ବିପଦରେ ପଡ଼ିବା ଆଶଙ୍କା ରହିଛି ।

ଗତ ଜୁଲାଇ ମାସରେ ହୋଇଥିବା ସମନ୍ବୟ ବୈଠକରେ ରେଞ୍ଜସ୍ତରରେ ମାସକୁ ଥରେ ବୈଠକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ତାହା ଠିକ୍‌ ଭାବେ ହେଉନାହିଁ । ଦୁଇ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଭବିଷ୍ୟତରେ ବନ୍ୟଜନ୍ତୁ ବିପଦରେ ପଡ଼ିବା ସମ୍ଭାବନା ରହିଛି । ଏ ନେଇ ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଗତ ୬ ତାରିଖରେ ହୋଇଥିବା ସମନ୍ବୟ ବୈଠକରେ ଜଙ୍ଗଲରେ ଯେଉଁଠି ସମସ୍ୟା ଅଛି ତାହାର ସମାଧାନ କରିବା ପାଇଁ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ସେହିପରି ଡିଏଫ୍‌ଓ ସୁଦର୍ଶନ ବେହେରା କହିଛନ୍ତି, ଯଦି କୈଉଁଠି ସମସ୍ୟା ଥିବା ନଜରକୁ ଆସେ ତେବେ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଟାଟା ପାୱାର ନିର୍ବାହୀଯନ୍ତ୍ରୀ ଜଗତଜିତ୍‌ ଦାସ ମହାପାତ୍ର କହିଛନ୍ତି, ଉତ୍ତର ଘୁମୁସର ବନଖଣ୍ଡରେ ଅନେକ କାମ ହୋଇଛି । ବର୍ତମାନ ଜଗନ୍ନାଥପ୍ରସାଦ ଓ ତିଳିସିଙ୍ଗି ବିଦ୍ୟୁତ୍‌ ସେକ୍ସନରେ କାମ ଚାଲିଛି । କେଉଁଠି ଖୁଣ୍ଟ କିମ୍ବା ତାର ବିପଦସଙ୍କୁଳ ଅବସ୍ଥାରେ ଥିବା ନଜରକୁ ଆସିଲେ ତୁରନ୍ତ କାମ କରାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri