ଡରାଇ ଧମକାଇ କଳାପଥର ଲୁଟ୍‌

ଯାଜପୁର ଅଫିସ,୨୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଏବେ ବି ସରକାରଙ୍କ ବହୁ ମୂଲ୍ୟବାନ କଳାପଥର ତଥା ଗ୍ରାନାଇଟ ପଥର ମହଜୁଦ ରହିଛି। ଲିଜ୍‌ଧାରୀମାନେ ୫ ବର୍ଷର ଅନୁମତି ପରିମାଣକୁ ୯ ମାସରେ ଉତ୍ତୋଳନ କରି କୋଟିପତି ସାଜୁଛନ୍ତି। ଏଥିରେ ତହସିଲ ଓ ପୋଲିସ ପ୍ରଶାସନ ଏକ ପ୍ରକାର ସହଯୋଗୀ ହୋଇଛନ୍ତି। ତେବେ ଜିଲାପାଳ ବେଆଇନ ଉତ୍ତୋଳନ ଉପରେ ମାପଚୁପ କରି ଜରିମାନା ସହ ଖାଦାନ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ କେତେକ ପଦପଦବୀରେ ଥିବା ପ୍ରଭାବଶାଳୀ ଲିଜ୍‌ଧାରୀମାନେ ପ୍ରଶାସନର ଉକ୍ତ ନିର୍ଦ୍ଦେଶକୁ ଖାତିର କରୁନାହାନ୍ତି। ବରଂ ବିନା ୱାଇ ଫର୍ମରେ ଭୟଙ୍କର ବ୍ଲାଷ୍ଟିଂ କରି ବେଧଡକ ଭାବେ ଖାଦାନ ପରିଚାଳନା କରୁଛନ୍ତି। ଏଥିରେ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମ୍‌ୁଖୀନ ହେଉଥିବା ସହ ଘରଗୁଡିକ ଫାଟି ଯାଉଛି। ଏହିକ୍ରମରେ ଆରୁହାର ୩୪/୨୦୨୧-୨୨ ନମ୍ବର ବେଆଇନ ଖାଦାନକୁ ବନ୍ଦ କରିବାକୁ ଅନୁରୋଧ କରିବାରୁ ଲିଜ୍‌ଧାରୀଙ୍କ ସମ୍ପର୍କୀୟମାନେ ପ୍ରଭାବିତ ଅଞ୍ଚଳବାସୀଙ୍କୁ ମାରଣାସ୍ତ୍ର ଧରି ମାରିଦେବାକୁ ଗୋଡାଇଛନ୍ତି। ପୁନର୍ବାର କଳାପଥର ଆଡକୁ ଆସିଲେ ବନ୍ଧୁକ କଥା କହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଧର୍ମଶାଳା ତହସିଲଦାରଙ୍କ ଜରିଆରେ ଅଞ୍ଚଳବାସୀ ବୁଧବାର ରାଜସ୍ବ ସଚିବ, ଯାଜପୁର ଜିଲାପାଳ, କେନ୍ଦ୍ରାଞ୍ଚଳର ଆରଡିସି, ଯାଜପୁର ଆରକ୍ଷୀ ଅଧୀକ୍ଷକ ଓ ଏସ୍‌ଡିପିଓ, ଡେପୁଟୀ ଡାଇରେକ୍ଟର ଅଫ୍‌ ମାଇନ୍ସ(ଡିଡିଏମ) ଓ ଧର୍ମଶାଳା ଆଇଆଇସିଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜିଲାପାଳଙ୍କ ମତ ଅନୁସାରେ ସରକାରଙ୍କ ଲଘୁ ଖଣିଜ ସମ୍ପଦ ଚୋରି ସଂକ୍ରାନ୍ତରେ ସ୍ଥାନୀୟ ଲୋକ ଅଭିଯୋଗ କଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ସ୍ଥାନୀୟ ଲୋକ ଅଭିଯୋଗ କରିଥିବାବେଳେ ସଂପୃକ୍ତ ପ୍ରଭାବଶାଳୀ ରାଜନେତାଙ୍କ ଛତ୍ରଛାୟା ତଳେ ଥିବା ଲିଜ୍‌ଧାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ବିପୁଳ ପରିମାଣର କଳାପଥର ଲୁଟ ହୋଇଥିବା ନେଇ ହାଇକୋର୍ଟଙ୍କଠାରୁ ଆରମ୍ଭ କରି ଲୋକାୟୁକ୍ତ, ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ବିଚାରାଧୀନ ରହିଛି। ଏହିସବୁ ଲୁଟ କାରବାରରେ ତତ୍କାଳୀନ ଏକାଧିକ ରାଜସ୍ବ ନୀରିକ୍ଷକ, ତହସିଲଦାର, ଉପଜିଲାପାଳ ଓ ଜିଲାପାଳଙ୍କୁ ଦାୟୀ କରି ଅଭିଯୁକ୍ତ ଦର୍ଶାଯାଇଛି। ତଥାପି କଳାପଥର ଲୁଟ୍‌ କାରବାର ନିୟନ୍ତ୍ରଣ ହେବାର ନାଁ ଧରୁନାହିଁ। ଅନୁମତିଠାରୁ ଅଧିକ ପରିମାଣର କଳାପଥର ଉତ୍ତୋଳନ ହୋଇଥିବା ମାପଚୁପରେ ପ୍ରମାଣ ମିଳିବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ୨୨ ଜଣ ଲିଜ୍‌ଧାରୀଙ୍କୁ ୩୨୦ କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି। କିନ୍ତୁ କେତେକ ଲିଜ୍‌ଧାରୀ ଏହା ବିରୋଧରେ ଆଇନର ଆଶ୍ରୟ ନେଇଛନ୍ତି। ଅନ୍ୟପକ୍ଷେ କେତେକ ଲିଜ୍‌ଧାରୀ ଜରିମାନା ଦାଖଲ କରିବାକୁ ମନସ୍ଥ କରି ପ୍ରଶାସନର ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ବେଆଇନ ଉତ୍ତୋଳନକୁ ବହୁଗୁଣରେ ବୃଦ୍ଧି କରିଛନ୍ତି। ଆରୁହା, ଲୁଣିବର, ବରଡା, ଅଞ୍ଜିରା ଆଦି ପାହାଡ଼ରେ ଏଭଳି ଦାଦାଗିରି ଦେଖିବାକୁ ମିଳିଛି। ଏପରିକି ମାଲଗୋଡା ପାହାଡରେ ବିନା ଲିଜ୍‌ରେ ବିପୁଳ ପରିମାଣର କଳାପଥର ଲୁଟ୍‌ ହେଉଛି। ସଂପୃକ୍ତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସବୁ ଜାଣି ହାତବାନ୍ଧି ବସିଛନ୍ତି। ପ୍ରଭାବଶାଳୀ ରାଜନେତାଙ୍କ ପ୍ରଭାବରେ ପ୍ରଶାସନ ଏଠାରେ ନିଷ୍କ୍ରିୟ ହୋଇଯାଇଥିବା ମନେ ହେଉଛି। ଏହି କ୍ରମରେ ଅଞ୍ଚଳବାସୀ ଜିଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ କରିଥିବା ଲିଖିତ ଅଭିଯୋଗରେ ଆରୁହା ଖାଦାନର ଲିଜ୍‌ଧାରୀ ମନୋଜ ସାମଲ ଅଧିକ କଳାପଥର ଲୁଟ କରୁଥିବା ଦର୍ଶାଇଛନ୍ତି। ଅଭିଯୋଗରେ ଆହୁରି ଦର୍ଶାଇଛନ୍ତି, ସରକାରଙ୍କ ଚୁକ୍ତିନାମା ଠାରୁ ଅଧିକ କଳାପଥର ଉତ୍ତୋଳନ କରିଥିବାରୁ ୧୦ା୫ା୨୦୨୩ରେ ସରକାର ୮ କୋଟି ୬୩ ଲକ୍ଷ ୩୩ ହଜାର ୯୧୯ ଟଙ୍କା ଜରିମାନା କରିଛନ୍ତି। ଏହା ସତ୍ତ୍ବେ ଲିଜ୍‌ଧାରୀ ୧୧ା୩ା୨୦୨୩ରେ ଖାଦାନ ମାପଚୁପ ସରିଥିବାବେଳେ ସେହି ଦିନଠାରୁ ଦୈନିକ ୪ଟି ହିଟାଚି ମେଶିନ, ୬/୭ ଟି କମ୍ପ୍ରେସର, ୩୦/୪୦ଟି ହାଇୱା ଗାଡି ଲଗାଇ କଳାପଥର ଲୁଟ ଜାରି ରଖିଛନ୍ତି। ଏଥିରେ ୱାଇ ଫର୍ମ ବ୍ୟବହାର ହେଉ ନ ଥିବାବେଳେ ପ୍ରଶାସନ କେମିତି ଛାଡି ଦେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋରଙ୍କୁ ପଚାରିବାରୁ ସେ କହିଛନ୍ତି, ବିଭିନ୍ନ ସମୟରେ ବେଆଇନ ଖାଦାନ ଉପରେ ଚଢାଉ ଜାରି ରହିଛି। ଅଭିଯୋଗ ହୋଇଥିବା ଖାଦାନ ଉପରେ ମଧ୍ୟ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri