Posted inଜାତୀୟ

ଗୋରଖନାଥ ମନ୍ଦିର ଓ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇ ଦେବାକୁ ଧମକ

ଲକ୍ଷ୍ନୌ,୬ ।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଗୋରଖନାଥ ମନ୍ଦିରକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ଦିଆଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଧମକ ମିଳିବା ପରେ ସବୁଠି ଭୟର ବାତାବରଣ ସୃଷ୍ଟି ହୋଇଛି । ଲେଡି ଡନ ନାମରେ ଥିବା ଏକ ଟୁଇଟର ଆକାଉଣ୍ଟରେ ମିରଠ ସହ ଲକ୍ଷ୍ନୌ ସ୍ଥିତ ବିଧାନସଭାକୁ ଉଡାଇ ଦେବାକୁ ଧମକ ଦିଆଯାଇଛି । ଏହାପରେ ପୋଲିସ ପକ୍ଷରୁ ଗୋରଖନଥ ମନ୍ଦିର ନିକଟରେ ଥିବା ଗାଡି ଗୁଡିକର ଯାଞ୍ଚ କରାଯାଇଛି । ଏହାକୁ ନେଇ ଏକ ମାମଲା ଦାୟର କରାଯିବା ସହ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି ।
ସୂଚନାଯୋଗ୍ୟ, ଲେଡି ଡନ ନାମକ ଟୁଇଟର ହ୍ୟାଣ୍ଡେଲରୁ ଗୋଟିଏ ପରେ ଗୋଟିଏ ଟୁଇଟ୍ କରାଯାଇଛି । ପ୍ରଥମ ଟୁଇଟରେ ଲେଖାଯାଇଛି ବିଧାନସଭା, ଲକ୍ଷ୍ନୌ ରେଲୱେ ଷ୍ଟେଶନ ଓ ବସଷ୍ଟାଣ୍ଡରେ ବୋମା ଲଗାଇ ଦିଆଯାଇଛି । ଯୋଗୀ ଆଦିତ୍ୟନାଥଙ୍କୁ ବି ହତ୍ୟା କରାଯିବ । ଏକ ଘଣ୍ଟା ପରେ ଭୀମ ସେନାର ଅଧ୍ୟକ୍ଷ ସୀମା ସିଂ ମାନବ ବୋମା ହୋଇ ଯୋଗୀ ଆଦିତ୍ୟନାଥଙ୍କୁ ମାରିବେ । ଶହୀଦ ବୋମା ଲଗାଇ ଦେଇଛନ୍ତି । ଏହାକୁ ଦେଖିବା ପରେ ପୋଲିସର ନିଦ ହଜିଯାଇଛି । ପୁଣିଥରେ ଟୁଇଟ୍ କରାଯାଇଛି କି ଗୋରଖନାଥ ମଠରେ ୮ଟି ସ୍ଥାନରେ ସୁଲେମାନ ଭାଇ ବୋମା ଲଗାଇ ଦେଇଛି । ଏଥିରେ ଯୋଗୀ ଆଦିତ୍ୟନାଥଙ୍କ ଖପୁରି ଉଠିଯିବ । ଟୁଇଟ୍‌ରେ ପୁଣିଥରେ ସୀମା ସିଂଙ୍କ ନାମ ବ୍ୟବହାର କରାଯାଇଛି । ଏକ ଘଣ୍ଟା ପରେ ପୁଣିଥରେ ଟୁଇଟରେ ଲେଖାଯାଇଛି କି ମିରଠରେ ୧୦ଟି ସ୍ଥାନରେ ବୋମା ଲଗାଇ ଦିଆଯାଇଛି । ପୋଲିସ ତତ୍‌କ୍ଷଣାତ୍ ଯାଞ୍ଚ କରିଥିଲେ ବି କୌଣସି ଆପତ୍ତିଜନକ ଜିନିଷ ମିଳି ନାହିଁ । ତଥାପି ପୋଲିସ ଯାଞ୍ଚ କାର୍ଯ୍ୟ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri