ରୁଷିଆରେ ସାମରିକ କ୍ଷମତା ଦଖଲ ଆଶଙ୍କା, ପଦବୀ ହରାଇଲେ ପୁଟିନ୍‌ଙ୍କୁ କରାଯାଇପାରେ ହତ୍ୟା…

ଓ୍ବାଶିଂଟନ, ୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୭୦ଦିନ ବିତିଗଲାଣି। କିନ୍ତୁ ଯୁଦ୍ଧର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିନି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଜିତିବାକୁ ଚାହୁଁଛନ୍ତି। ତେବେ ପୁଟିନଙ୍କୁ ହତ୍ୟା କରାଯାଇପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶପାଇଛି। ଆମେରିକାର ପୂର୍ବତନ ଜେନେରାଲ ଜ୍ୟାକ କେନ କହିଛନ୍ତି ଯେ ପୁଟିନଙ୍କ ଦୁର୍ବଳ ଯୁଦ୍ଧ ପରିଚାଳନା ଯୋଗୁ ରୁଷିଆର ବରିଷ୍ଠ ଅଧିକାରୀ ତଥା ସାମରିକ କର୍ମଚାରୀ ନିରାଶ ହୋଇଛନ୍ତି।

ହୁଏତ ଏହା ସାମରିକ ବିଦ୍ରୋହର ରୂପ ନେଇପାରେ। ରୁଷିଆର ବୈଦେଶିକ ଗୁପ୍ତଚର ସେବାର ମୁଖ୍ୟ ସରୋଜ ନରିଶକିନ ମଧ୍ୟ ପୁଟିନଙ୍କ ଯୁଦ୍ଧକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ବୋଲି ଜ୍ୟାକ୍‌ କେନ୍‌ କହିଛନ୍ତି। ଯଦି ରୁଷିଆରେ ସାମରିକ ବିଦ୍ରୋହ ଯୋଗୁ ପୁଟିନ୍‌ଙ୍କୁ କ୍ଷମତାଚ୍ୟୁତ କରାଯାଏ ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ହତ୍ୟା କରାଯିବାର ଆଶଙ୍କା ରହିଛି।

 

ତେବେ ଜେନେରାଲ ଜ୍ୟାକ କେନ କହିଛନ୍ତି ଯେ କ୍ଷମତାରେ ରହିବାକୁ ପୁଟିନ କିଛି ମଧ୍ୟ କରିପାରିବେ। ପୁଟିନ ଜାଣନ୍ତି ଏହା ମଧ୍ୟ ଜାଣନ୍ତି ଯେ ଯଦି ଅନ୍ୟ କେହି କ୍ଷମତାକୁ ଆସନ୍ତି ତେବେ ସେ ଜୀବିତ ରହିବେ ନାହିଁ। ଫକ୍ସ ନ୍ୟୁଜ ସହ ଏକ ସାକ୍ଷାତ୍‌କାର ସମୟରେ କହିଛନ୍ତି ପୁଟିନଙ୍କ ଲକ୍ଷ୍ୟ ହେଉଛି ଯେ କୌଣସି ମତେ କ୍ଷମତାରେ ରହିବା।

ସେ ଏହା ମଧ୍ୟ କହିଛନ୍ତି ଯେ ପୁଟିନ କ୍ଷମତାରେ ରହିବାକୁ ଲଢୁୁଛନ୍ତି। ସେଥିପାଇଁ ୟୁକ୍ରେନରେ ତାଙ୍କର ଧ୍ୟାନ କେନ୍ଦ୍ରୀତ କରିଛନ୍ତି। ୟୁକ୍ରେନ ଦଖଲ କରିବାକୁ ସେ ଚାହୁଁଛନ୍ତି। ସେ ପୁଣି ଥରେ ପୁରୁଣା ରୁଷିଆ ସାମ୍ରାଜ୍ୟକୁ ଫେରାଇ ଆଣିବାକୁ ଚାହୁଁଛନ୍ତି। ଏହା ମଧ୍ୟ ସତ୍ୟ ଯେ ଯଦି ପୁଟିନ ରାଷ୍ଟ୍ରପତି ପଦରେ ନ ରହିବେ ତେବେ ତାଙ୍କର ଭବିଷ୍ୟତ ମଧ୍ୟ କିଛି ରହିବ ନାହିଁ।

ସୂଚନାନୁସାରେ, ଯୁଦ୍ଧର ବିଫଳତା ପାଇଁ ଦେଶର ରାଜନୈତିକ ଏବଂ ସାମରିକ ପଦାଧିକାରୀ ପୁଟିନଙ୍କୁ ଦାୟୀ କରିଛନ୍ତି। କ୍ୱିଭ୍‌ରୁ ସୈନ୍ୟ ପ୍ରତ୍ୟାହାର କରିବା ଏବଂ ଡୋନାବାସକୁ ନିୟନ୍ତ୍ରଣକୁ ଆଣିବା ଏକ ଗୁରୁତର ତ୍ରୁଟି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ପୁଟିନ୍‌ ଭାବିଥିଲେ ଏଭଳି କରିବା ଦ୍ୱାରା ସେ ସେ ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ଅତି ସହଜରେ ପହଞ୍ଚିବେ।

କିନ୍ତୁ ସତ୍ୟ ଏହା ହେଉଛି ଯେ ତାଙ୍କୁ ୟୁକ୍ରେନ ସୈନ୍ୟଙ୍କ ପକ୍ଷରୁ ଏକ କଡ଼ା ପ୍ରତିରୋଧ ମିଳିଛି। ସୈନ୍ୟବାହିନୀର ଦୁର୍ବଳ ପ୍ରଦର୍ଶନ ମଧ୍ୟରେ ପୁଟିନଙ୍କ ଖରାପ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ମଧ୍ୟ ସାମ୍ନାକୁ ଆସିଛି। ବିଶ୍ୱାସ କରାଯାଉଛି ଯେ ତାଙ୍କୁ ସମର୍ଥନ କରୁଥିବା ଲୋକେ ଏବେ ତାଙ୍କ ବିରୋଧରେ ଠିଆ ହେବାରେ ଲାଗିଛନ୍ତି। ଫଳରେ ପୁଟିନ୍‌ ଏବଂ ସମର୍ଥକଙ୍କ ମଧ୍ୟରେ ପାର୍ଥକ୍ୟ ବର୍ତ୍ତମାନ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ବେଲଗଛରେ ଛୁଲୁଥିଲା ବିଜେଡି ନେତାଙ୍କ ସ୍ତ୍ରୀଙ୍କ ମୃତଦେହ: ପୋଲିସ କଲା ଜବତ

ନୂଆପଡ଼ା,୩୧ା୩ (ମକାରୁ ବେମାଲ):ନୂଆପଡା ସହରର ମାତାଗୁଡି ପଡାସ୍ଥିତ ଏକ ବେଲଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୂର୍ବତନ ଯୁବ ବିଜୁ ଜନତା…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri