ତାଇୱାନ: ଚାଇନାଠାରୁ ବିପଦ ଆଶଙ୍କା, ଏଫ୍‌-୧୬ ଫାଇଟର ଜେଟର ଡେଲିଭରି ଯେତେଶୀଘ୍ର କରାଯାଉ

ତାଇପେ,୧୭ ।୧୦: ଚାଇନା ତାଇୱାନ ଉପରେ ଦାଦାଗିରି କରିବା କିଛି ନୂଆ କଥା ନୁହେଁ । ଗତ କିଛି ବର୍ଷ ହେବ ଚାଇନା ଲଗାତାର ଭାବେ ତାଇୱାନକୁ ଧମକ ଦେଇ ଆସୁଛି । ଏହାସହ ଚାଇନା ତାଇୱାନ ଉପରେ ଫାଇଟର ଜେଟ୍ ଉଡାଉଥିବା ଦେଖାଯିବା ପରେ ଏବେ ତାଇୱାନ ସତର୍କ ହୋଇଯାଇଛି । ଯେତେଥର ଚାଇନା ଆକ୍ରମଣ ଉଦ୍ୟମ କରିଛି ସେତେଥର ତାଇୱାନ ଏହାର କଡା ଜବାବ ଦେଇଛି । ସୂଚନାଯୋଗ୍ୟ, ଚାଇନା ଯୋଗୁ ବୃଦ୍ଧି ପାଉଥିବା ଆକ୍ରମଣ ଯୋଜନାକୁ ଲକ୍ଷ୍ୟ କରି ତାଇୱାନ ଆମେରିକାଠାରୁ ଆଣିବାକୁ ଥିବା ଏଫ୍‌-୧୬ ଫାଇଟର ଜେଟର ଡେଲିଭରିକୁ ଶୀଘ୍ର କରିବାକୁ ତାଇୱାନ ଅନୁରୋଧ କରିଛି । ମିଡିଆ ରିପୋର୍ଟର ସୂଚନା ଅନୁଯାୟୀ, ତାଇୱାନର ଅଧିକାରୀମାନେ ଆମେରିକା ନିର୍ମିତ ଏଫ୍‌-୧୬ ଫାଇଟର ଜେଟର ଡେଲିଭରିକୁ ଶୀଘ୍ର କରିବାକୁ କୁହାଯାଇଛି । ୨୦୧୯ରେ ୨୨ଟି ଫାଇଟର ଜେଟ୍ ବିକ୍ରିକୁ ଅନୁମତି ମିଳିଥିଲା । ତେବେ ଏସବୁ ଜେଟ ନିର୍ମାଣ ପାଇଁ ପାଖାପାଖି ୧୦ ବର୍ଷ ସମୟ ଲାଗୁଥିବା ବେଳେ ତାଇୱାନ ଆଶା କରିଛି ଏହାର ଡେଲିଭରି ଯେତେ ଶୀଘ୍ର ସମ୍ଭବ ନେବ ।

Share