ଆଜି ରାଜ୍ୟରୁ ସୁସ୍ଥ ହେଲେ ୪୦ କାରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ରାଜ୍ୟରୁ ଗୁରୁବାର ଆଉ ୪୦ କାରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨ ଲକ୍ଷ ୭୮ ହଜାର ୧୨୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏ ନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁନ୍ଦରଗଡ ଜିଲାରୁ ୮ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତି, ଖୋର୍ଦ୍ଧା ଏବଂ ସମ୍ବଲପୁରରୁ ୬ଜଣ, ଯାଜପୁରରୁ ୫ ଜଣ ଥିବା ବେଳେ ବାଲେଶ୍ୱର, ଗଞ୍ଜାମ ଏବଂ ମୟୁରଭଞ୍ଜରୁ ୨ ଜଣ ଲେଖାଏ ଅଛନ୍ତି। ସେହିପରି ବରଗଡ, କଟକ ଏବଂ ଷ୍ଟେଟ୍‌ ପୁଲ୍‌ରୁ ଜଣେ ରହିଛନ୍ତି।