ଜନଆକ୍ରୋଶ ସମାବେଶରେ ହଜାର ହଜାର ମହିଳା ହେଲେ ଏକଜୁଟ୍‌

ହାଟଡିହୀ,୬ା୫(ଶୁଭକାନ୍ତ ନାୟକ): ଭାଜପା ତରଫରୁ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ୩୭ ନଂ ଜୋନ୍‌ରେ ଜନଆକ୍ରୋଶ ମହିଳା ସମାବେଶ ବୁଧବାର ଅନୁଷ୍ଠିତ ହୋଇଛି। ବିଧାନସଭା ନେତା ଆଲୋକ ସେଠୀଙ୍କ ତତ୍ତ୍ୱାବଧାନରେ ଏମ୍‌ପି ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତସିଂହାର, ଭାଜପା ଜିଲା କାର୍ଯ୍ୟକାରିଣୀ ସଦସ୍ୟ ହରମୋହନ ଶାସିନୀ, ବରିଷ୍ଠ କର୍ମୀ ଯୁଧିଷ୍ଠିର ମଲ୍ଲିକ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ l ପ୍ରଥମେ ଶାଳନିଆଁ ମଣ୍ଡଳରୁ ହଜାର ହଜାର ମହିଳା ଏକଜୁଟ୍‌ ହୋଇ ଜୋନ୍‌ ଅଧୀନ ପଞ୍ଚାୟତ ଅଞ୍ଚଳକୁ ଚାଲି ଯାଇଥିଲେ। ମହିଳାମାନେ ବିଜେଡି ଏବଂ କଂଗ୍ରେସ ବିରୋଧୀ ସ୍ଲୋଗାନ ଦେଇଥିଲେ। ମହିଳା ସ୍ଥାନ ସଂରକ୍ଷଣ ନେଇ ଘୃଣ୍ୟ ରାଜନୀତି କରିଥିବା କଂଗ୍ରେସ, ବିଜେଡି, ଟିଏମ୍‌ସି, ସମାଜବାଦୀ ପାର୍ଟି ଭଳି ରାଜନୈତିକ ଦଳଗୁଡ଼ିକୁ ଏହି ସମାବେଶରେ ସମାଲୋଚନା କରାଯାଇଥିଲା। ତାରିଣୀ ସେନାପତି, ମଣି ଚରଣ ଜେନା, ବାବୁଲା କାଣ୍ଡି, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଭୀମସେନ ଜେନା, ଯୋଗେନ୍ଦ୍ର ବେହେରା, ଅବିନାଶ ସେଠୀ, ଅଶୋକ ନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share